Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୧୩ ବର୍ଷର ନାବାଳିକା ଝିଅ ୨ ମାସ ହେଲା ନିଖୋଜ: କନ୍ଧମାଳ ଏସପିଙ୍କୁ ଭେଟିଲେ ପରିବାର

କନ୍ଧମାଳ:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଚକାପାଦ ବ୍ଲକ କଖାରୁଝୋଲା ଜୋରସାହିର ୧୩ ବର୍ଷର ନାବାଳିକା ଝିଅ ଗତ ୨ ମାସ ହେଲାଣି ଅପହରଣ ହୋଇଥିବା ତା ବାପା ମା’ ଚକାପାଦ ଥାନାରେ ଲିଖିତ ଅଭିଯୋଗ କଲା ପରେ ଏବଂ ବାରମ୍ବାର ଜି. ଉଦୟଗିରି ଏସ୍‌‌ଡ଼ିପିଓଙ୍କୁ ସାକ୍ଷାତ କରିବା ପରେ ମଧ୍ୟ କୌଣସି ପ୍ରକାରେ ସାହାଯ୍ୟ ସହଯୋଗ ମିଳି ପାରୁନାହିଁ ଓଲଟା ଚକାପାଦ ଥାନା ଅଧିକାରୀ ତାଙ୍କ ବାପା ମାଙ୍କୁ ବାରମ୍ବାର ଥାନାକୁ କାହିଁକି ଆସୁଛ କହୁଥିବା ଅଭିଯୋଗ କରିଛନ୍ତି। ଝିଅର ବାପା ମା କନ୍ଧମାଳ ର ଯୁବ ନେତା ଶିବାଶିଷ ପଣ୍ଡାଙ୍କ ନେତୃତ୍ୱରେ କନ୍ଧମାଳ ଏସପିଙ୍କୁ ସାକ୍ଷାତ କରି ଘଟଣା ସମ୍ପର୍କରେ ଜଣାଇଛନ୍ତି ଓ ଏସପି ଏହାକୁ ଗୁରୁତର ସହ ଗ୍ରହଣ କରି ତୁରନ୍ତ ପଦକ୍ଷେପ ନିଆଯିବ ବୋଲି ପ୍ରତିଶୃତି ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ