ବୀରମହାରାଜପୁର : ଆଗକୁ ଆସୁଛି ରାଖୀ ପୂର୍ଣ୍ଣିମା ଭାଇ ଓ ଭଉଣୀ ର ପବିତ୍ର ସମ୍ପର୍କକୁ ଉଦବିତ ରଖିବା ପାଇଁ ରକ୍ଷା ବନ୍ଧନ ଉତ୍ସବ କେଉଁ ଆବହମାନ କାଳରୁ ପାଳିତ ହୋଇ ଆସୁଛି । ବିଜ୍ଞାନ ର ଅଗ୍ରଗତି ତାଳେ ତାଳେ ଲୋକେ ପର୍ବ ଭଳି ପର୍ବାଣୀ କୁ ସେହି ଢଙ୍ଗରେ ପାଳନ କରିବା ପାଇଁ ପଛାଉ ନାହାନ୍ତି । ଆଧୁନିକ ପରମ୍ପରା କୁ ଆପଣାଇବାକୁ ଯାଇ ମନୁଷ୍ୟ ତା ରୁଚିରେ ବହୁତ କିଛି ପରିବର୍ତ୍ତନ ଆଣିଛି । ଯେପରି ରକ୍ଷା ବନ୍ଧନ ଆଗକୁ ଭଉଣୀ ଭାଇ ହାତରେ ରାଖୀ ବାନ୍ଧି ମିଠା ଖୁଆଇ ପାଳନ କରିଥାଏ । ହେଲେ ବର୍ତ୍ତମାନ ଇଣ୍ଟରନେଟ ଯୁଗରେ ସମ୍ପୂର୍ଣ୍ଣ ବଦଳି ଯାଇଛି । ଦୂରରେ ରହୁଥିବା ଭାଇ ପାଖକୁ ଆଉ ଡାକ ଯୋଗେ ରାଖୀ ପଠାଉନାହିଁ ଭଉଣୀ । ମୋବାଇଲ ମଧ୍ୟରେ ବହୁତ ସ୍ୱଚ୍ଛ ମୂଲ୍ୟ ରେ ମେସେଜ କାର୍ଡ ପକାଇ ଭଉଣୀ ମାନେ ଭାଇମାନଙ୍କୁ ଅଭିନନ୍ଦନ ଜଣାଇ ପାରୁଛନ୍ତି । ତେବେ ଏହି ସବୁ ଭିତରେ ହଜି ଯାଇଛି ରାଖୀର ଚାହିଦା । କମ୍ପ୍ୟୁଟର ଓ ମୋବାଇଲ ପ୍ରଚଳନ ହୋଇନଥିବା ସମୟରେ ରାଖୀ ଅଭିନନ୍ଦନ ମାଧ୍ୟମରେ ହେଉଛି ରାଖୀକୁ ଡାକ ଯୋଗେ ପଠାଇବା । ସେଥିପାଇଁ ମାସେ ଆଗରୁ ଆରମ୍ଭ ହୋଇଯାଉଥିଲା ରାଖୀ ପଠାଇବା ପର୍ବ । ବିଭିନ୍ନ ପ୍ରକାର ରାଖୀକୁ ନେଇ ଷ୍ଟଲ ମାନ ଖୋଲା ଯାଇ ଗାଁ ଗହଳି ସ୍ଥାନରେ ରାଖୀ ଦୋକାନ ଦେଖିବାକୁ ମିଳୁଥିଲା । ସରକାରୀ ଡାକ ଘର ଓ କୋରିଅର ସଂସ୍ଥାମାନେ ମଧ୍ୟ ଏହି ସମୟରେ ଚଳ ଚଞ୍ଚଳ ହେଉଥିଲେ । ରାକ୍ଷୀ ଆସି ପହଁଚିବା କ୍ଷଣି ଖୁସିର ବାତାବରଣ ସୃଷ୍ଟି ହେଉଥିଲା । ସେହି ସବୁ ଆଜିର ଇଣ୍ଟରନେଟ ଯୁଗରେ ରାଖିର ଚାହିଦା ଦିନକୁ ଦିନ ହଜି ହଜି ଯାଇଛି । ଏହି ସମ୍ପର୍କରେ ରାକ୍ଷୀ ବ୍ୟବସାୟୀ ମାନଙ୍କୁ ପଚାରିବାରୁ ପୂର୍ବରୁ ଯେପରି ଭାବେ ରାଖୀ ବ୍ୟବସାୟୀ ହେଉଥିଲା , ବର୍ତ୍ତମାନ ଆଉ ସେଭଲି ବେପାର ହେଉନ ଥିବା କହିଛନ୍ତି ।
ମୋବାଇଲ ଓ ଇଣ୍ଟରନେଟ ଯୁଗରେ ହଜି ହଜି ଯାଉଛି ରାଖୀର ଚାହିଦା
