ଡାଲଗୁମା ପଞ୍ଚାୟତ କଥା ବୁଝିଲେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ।

କୋକସରା:୨୭/୦୮ କି ଦିନ କି ରାତି ଜନସାଧାରଣ ଙ୍କ ସୁଖଦୁଃଖ ରେ ଅହରହ ଠିଆହୋଇ ଜନସେବା କୁ ଜୀବନ ର ବ୍ରତ ଭାବେ ବାଛି ନେଇଥିବା କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ ଆଜି ଡାଲଗୁମା ପଞ୍ଚାୟତ ର ଜନସାଧାରଣ ଙ୍କ ଅଭିଯୋଗ ପରେ ଡାଲଗୁମା ପଞ୍ଚାୟତ ର ବିଭିନ୍ନ ଗ୍ରାମରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହ ପଞ୍ଚାୟତ ର ବିଭିନ୍ନ ସୁବିଧା ଅସୁବିଧା ବିଷୟରେ ଆଲୋଚନା କରିଥିଲେ। ଏହି କ୍ରମରେ ଗ୍ରାମବାସୀ ମାନେ ଗ୍ରାମ୍ୟ ରାସ୍ତା ର ପରିମଳ ବ୍ୟବସ୍ଥା ଶୋଚନୀୟ ହୋଇ ପଡ଼ିଥିବା ଅଭିଯୋଗ କରିବା ପରେ ତୁରନ୍ତ ଜେସିବି ଟ୍ରାକ୍ଟର ଲଗାଇ ଗାଁ ରାସ୍ତା ରେ କାଦୁଅ ମଇଳା ଆବର୍ଜନା କୁ ସଫେଇ କରେଇଥିଲେ।ପରେ ଲଟାପଡା ଅଙ୍ଗନବାଡି କେନ୍ଦ୍ର ପ୍ରାଥମିକ ସ୍କୁଲ ପରିଦର୍ଶନ କରିବା ସହ ଅନ୍ୟ ସମସ୍ୟା ସମ୍ପର୍କରେ ସ୍ଥାନୀୟ ସମିତି ସଭ୍ୟ ଚିନ୍ତାମଣି ଚଣ୍ଡି, ସମାଜସେବୀ କ୍ଷେତୁରାମ ମାଝୀ, ଯୁବ ସମାଜସେବୀ ଅମୋଜ ଧରୁଆ, ପୁର୍ବତନ ସମିତି ସଭ୍ୟ ଭୁବନେଶ୍ୱର ମାଝୀ, କ୍ଷୀରୋଦ ଲହଜଳ, ଧନମଣି କଟା ଙ୍କ ସହ ଆଲୋଚନା କରି ପଞ୍ଚାୟତ ର ସାମଗ୍ରିକ ବିକାଶ ପାଇଁ ଆଗାମୀ ଦିନରେ ଚେଷ୍ଟା ଜାରି ରହିବ ବୋଳି ପ୍ରତିଶ୍ରୁତି ଦେଇଥିଲେ।ଉପାଧ୍ୟକ୍ଷ ଙ୍କ ସହ ତାଙ୍କ ସହଯୋଗୀ ସଞ୍ଜୟ ସିଙ୍ଘଲ, ରବି ନାରାୟଣ ଦାସ ପ୍ରମୁଖ ଉପସ୍ଥିତ ଥିଲେ।