Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସଙ୍କଟାପର୍ଣ୍ଣ ସ୍ଥିତିରେ ରକ୍ସା ମୂଖ୍ଯରାସ୍ତା

ବରପାଲି :ବରପାଲି ବ୍ଲକର ସିମାନ୍ତ ଅଞ୍ଚଳ ରକ୍ସା ଗ୍ରାମକୁ ଯାତାୟତ ରାସ୍ତା ବର୍ତ୍ତମାନ ସ୍ଥିତିରେ ସଙ୍କଟଜନକ ଅବସ୍ଥାରେ ଗତିଶିଳ ହେଉଛି। ଗ୍ରାମକୁ ପହଞ୍ଚିବାକୁ ହେଲେ ଦୁଇଟା ପଞ୍ଚାୟତ ରାସ୍ତା ବାଟ ଦେଇ ଲୋକେ ବିଭିନ୍ନ ବ୍ଯକ୍ତିଗତ କାର୍ଯ୍ଯରେ ଯାତାୟତ ହୋଇଥାନ୍ତି। ଆଗଲପୁରରୁ ବିଜେପୁର ରାସ୍ତାରୁ ବାହାରିଥିବା ଏକ କିଲୋମିଟର ମୂଖ୍ଯରାସ୍ତାଟି ୫୦୦ ମିଟର ସିମେଣ୍ଟ କଂକ୍ରିଟ ୨୦୧୯ରେ ଯାହିତାହି ଭାବରେ ହୋଇଥିବା ବେଳେ ବାକି ଅର୍ଦ୍ଧେକ ମାଟି କାଦୁଅ ଗାତଖାଲରେ ପଡିରହିଛି। ସବୁଠୁ ଆଶ୍ଚର୍ଯ୍ଯ ଜନକ ବିଷୟ ହେଉଛି ଉକ୍ତ ରାସ୍ତାରେ ଦୁଇଟି କଲଭର୍ଟ ରହିଛି ବର୍ତ୍ତମାନ ଦୁର୍ବଳ ନିର୍ମାଣ କାର୍ଯ୍ଯ ଯୋଗୁ ଛୋଟିଆ ପୋଲ ଦୁଇଟି ଭାଙ୍ଗି ବହୁ ଦିନରୁ ଆଁକରି ଲୋକଙ୍କ ପାଇଁ ଦୁର୍ଦ୍ଦଶା ଜନିତ ଭୟ ସୃଷ୍ଟି କରିସାରିଲାଣି। ସେହିପରି ଅନ୍ଯ ରାସ୍ତାଟି ରକ୍ସାରୁ ବାହାରି ଅଇଁଲାମୁଣ୍ଡା ପର୍ଯ୍ଯନ୍ତ ଯାଇଛି। ଅଇଁଲାମୁଣ୍ଡା ରାସ୍ତାର ଅବସ୍ଥା ନକହିବା ଭଲ ଗାତ ଖାଲ ଖମାରରେ ଭର୍ତ୍ତି ହୋଇଥିବା ବେଳେ ବର୍ଷା ହେଲେ ଯାତାୟତ ସମ୍ପୁର୍ଣ୍ଣ ବନ୍ଦ ରହିଥାଏ। ରକ୍ସା ଗ୍ରାମରେ ଗୋଟିଏ ହାଇସ୍କୁଲ, ପୋଷ୍ଟ ଅଫିସ,ବ୍ଯାଙ୍କ ତଥା ବିଭିନ୍ନ ସଂସ୍ଥା ମାନ ରହିଛି। ଭିନ୍ନଭିନ୍ନ ସମୟରେ ସରକାରୀ କାର୍ଯ୍ଯକ୍ରମ ମାନ ଯଥାରିତି ସରକାରି କର୍ମଚାରୀ ମାନଙ୍କ ସହାୟତାରେ ରିତିମତ ଆଗେଇ ଚାଲିଛି। ହେଲେ ରାସ୍ତାର ସ୍ଥିତି ଉପରେ କୌଣଷି ସୂଧାର ମୂଳକ କାର୍ଯ୍ଯକ୍ରମ ହୋଇ ପାରୁନାହିଁ। ସମସ୍ଯାକୁ ନେଇ ଗ୍ରାମବାସୀ ଅନେକ ବାର ବ୍ଲକ, ପଞ୍ଚାୟତର ଦ୍ବାରସ୍ଥ ହୋଇ ଅଭିଯୋଗ କରିଥିଲେ ସୁଦ୍ଧା ଆଜି ପର୍ଯ୍ଯନ୍ତ ସମାଧାନର ବାଟ ଫିଟି ପାରିଲାନାହିଁ। କେହି ଜଦି ଆମ କଥା ଶୁଣିବେ ନାହିଁ ତାହେଲେ କାହାକୁ କହିବା କହି ଚୁପଚାପ ରହିବାହିଁ ଉଚିତ କଥା ବୋଲି ନିର୍ଣ୍ଣୟ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ