Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବୀରମହାରାଜପୁର ବ୍ଲକ ର 31 ଗ୍ରାମରେ ମୁଖ୍ୟମନ୍ତ୍ରୀ ସଭାଗୃହ ପାଇଁ ଡବ୍ଲୁଓଡିସି ରୁ 1.94 କୋଟି ଟଙ୍କା ମଞ୍ଜୁର

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ର ବୀରମହାରାଜପୁର ବ୍ଲକ ରେ ହେବ ମୁଖ୍ୟମନ୍ତ୍ରୀ ସଭାଗୃହ । ବ୍ଲକର ବିଭିନ୍ନ ପଞ୍ଚାୟତର ୩୧ ଟି ଗ୍ରାମରେ ହେବ ଉକ୍ତ ସଭାଗୃହ ।ଏନେଇ ପଶ୍ଚିମ ଓଡିଶା ବିକାଶ ପରିଷଦ ପାଣ୍ଠିରୁ ପ୍ରାୟ ୧କୋଟି ୯୪ ଲକ୍ଷ ୧୮ ହଜାର ୮୪୫ ଟଙ୍କା ମଞ୍ଜୁର ହୋଇଥିବା ଜଣାପଡିଛି । ପୂର୍ବରୁ ଏହି ସବୁ ସଭାଗୃହ ପଇଁ ଏକ କୋଟି ୯ ଲକ୍ଷ ମଧ୍ୟ ଏହି ପାଣ୍ଠିରୁ ଦିଆଯାଇଥିଲା । ସମସ୍ତ ୩୧ ଟି ମୁଖ୍ୟମନ୍ତ୍ରୀ ସଭାଗୃହ ପାଇଁ ସମୁଦାୟ ୩ କୋଟି ୩ ଲକ୍ଷ ୧୮ ହଜାର ୮୪୫ ଟଙ୍କା ଖର୍ଚ୍ଚ ହେବ। ଏହା ସହିତ ଏହି ସମସ୍ତ କାମ ୩୦ ନଭେମ୍ବର ୨୦୨୩ ମଧ୍ୟରେ ସମ୍ପୁର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ମିଳିଥିବା ସୁଚନା ଅନୁସାରେ ଜଟେସିଂହା ପଞ୍ଚାୟତର ଆନନ୍ଦପୁର ଗ୍ରାମରେ ହେବାକୁ ଥିବା ମୁଖ୍ୟମନ୍ତ୍ରୀ ସଭାଗୃହ ପାଇଁ ୨ଲକ୍ଷ ୨୫ ହଜାର ୩୮୧ ଟଙ୍କା ମଞ୍ଜୁର ହୋଇଥିବା ବେଳେ ପୂର୍ବରୁ ୩ଲକ୍ଷ ଟଙ୍କା ଦିଆଯାଇଥିଲା ।ସମୁଦାୟ ୫ଲକ୍ଷ ୨୫ ହଜାର ୩୮୧ ଟଙ୍କାରେ ହେବ ଏଠାକାର ସବାଗୃହ । ସେହିପରି ଉକ୍ତ ପଞ୍ଚାୟତର ବଡଖମାର ହରିଜନ ପଡା ପାଇଁ ୩ଲକ୍ଷ ୫ ଜହାର ଟଙ୍କା ମଞ୍ଜୁର ହୋଇଥିବା ବେଳେ ପୂର୍ବରୁ ୩ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା । ଦୁର୍ଜନତୈଲା ପଞ୍ଚାୟତର ମସିଣାପାଲି ପାଇଁ ‍୨ଲକ୍ଷ ୯୩ ହଜାର ଟଙ୍କା , ଉକ୍ତ ପଞ୍ଚାୟତର ସାଗଯୋରୀ ପାଇଁ ୧ଲକ୍ଷ ୧ଜହାର ୬୯୮ ଟଙ୍କା , ମାଳିଦାଦର ହରିହନ ସାହି କୁ ପୂର୍ବରୁ ୪ଲକ୍ଷ ଦିଆଯାଇଥିବା ବେଳେ ଏବେ ୧ଲକ୍ଷ ୩୬ହଜାର ଟଙ୍କା , ଗୋଘାଟ ଗ୍ରାମକୁ ପୂର୍ବରୁ ୩ଲକ୍ଷ ଦିଆଯାଇଥିବା ବେଳେ ଏବେ ୨ ଲକ୍ଷ ୧୮ ହଜାର ୫ ଶହ ଟଙ୍କା ମଞ୍ଜୁର ହୋଇଛି । ବାଗବର ପଞ୍ଚାୟତର ବାଗବର କୁ ପୂର୍ବରୁ ୪ଲକ୍ଷ ଓ ଏବେ ୭ଲକ୍ଷ ୯୩ ହଜାର ୩୫ ଟଙ୍କା , ଦେଉଳି ଗ୍ରାମକୁ ପୂର୍ବରୁ ୩ ଲକ୍ଷ ଓ ଏବେ ୬ଲକ୍ଷ ୫୩ ହଜାର ୭୧୯ ଟଙ୍କା ମଞ୍ଜୁର ହୋଇଛି । ସେହିପରି ସଂଗ୍ରାମପୁର ପଞ୍ଚାୟତର ଯୁବରାଜପୁର ଗ୍ରାମ କୁ ପୂର୍ବରୁ ୩ଲକ୍ଷ ଓ ଏବେ ୩ଲକ୍ଷ ୩୧ ହଜାର ୫୧୨ ଟଙ୍କା , ବହଳପଦର ପଞ୍ଚାୟତର ଗୌଡଗାଡ ମିର୍ଦ୍ଧାପଡା ରେ ପୂର୍ବରୁ ୫ଲକ୍ଷ ଓ ଏବେ ୨ଲକ୍ଷ ୩୧ହଜାର ଟଙ୍କା , ହିଲୁଙ୍ଗ ପଞ୍ଚାୟତର କର୍ଣ୍ଣପାଲି ଗ୍ରାମକୁ ପୂର୍ବରୁ ୩ଲକ୍ଷ ଓ ଏବେ ୫ଲକ୍ଷ ୪୫ ହଜାର ଟଙ୍କା , କେନଝିରିଆପାଲି ପଞ୍ଚାୟତର ପୁଲେଶ୍ବର ହରିଜନ ପଡା ପାଇଁ ପୂର୍ବରୁ ୩ଲକ୍ଷ ଓ ଏବେ ୫ଲକ୍ଷ ୧୮ ହଜାର ଟଙ୍କା , ବାରଝୁଲା ଗ୍ରାମକୁ ପୂର୍ବରୁ ୪ଲକ୍ଷ ଓ ଏବେ ୭୬ ହଜାର ଟଙ୍କା ମଞ୍ଜୁର ହୋଇଛି । ଉଫୁଲା ପଞ୍ଚାୟତର ଟିଠିପାଲି ରାଧେଶ୍ୟାମ ମଠ ପାଖ ରେ ହେବାକୁ ଥିବା ସଭାଗୃହ କୁ ପୂର୍ବରୁ ୩ଲକ୍ଷ ଓ ଏବେ ୪ଲକ୍ଷ ୬୫ହଜାର ଟଙ୍କା , କାନପୁର ହରିଜନ ପଡା କୁ ପୂର୍ବରୁ ୩ଲକ୍ଷ ଓ ଏବେ ୫ଲକ୍ଷ ୧୭ ହଜାର ଟଙ୍କା , କମଳପୁର ଗ୍ରାମକୁ ପୂର୍ବରୁ ୨ଲକ୍ଷ ଓ ଏବେ ୫ଲକ୍ଷ୨୭ ହଜାର ଟଙ୍କା ମଞ୍ଜୁର ହୋଇଛି । ଜଟେସିଂହା ପଞ୍ଚାୟତର ନାରାୟଣପୁର କୁ ପୂର୍ବରୁ ୩ଲକ୍ଷ ଓ ଏବେ ୨ଲକ୍ଷ ୩୦ ହଜାର ଟଙ୍କା , ଖଣ୍ଡହତା ପଞ୍ଚାୟତର ପଣ୍ଡୁଆ ହରିଜନ ପଡା କୁ ପୂର୍ବରୁ ୩ ଲକ୍ଷ ଓ ଏବେ ୨ଲକ୍ଷ ୫୯ ହଜାର ଟଙ୍କା ମଞ୍ଜୁର ହୋଇଛି । ସେହିପରି ପିତାମହୁଲ ପଞ୍ଚାୟତର ଟେଭାପଦର ମାଳିସାହି କୁ ପୂର୍ବରୁ ୩ଲକ୍ଷ ଓ ଏବେ ୨ଲକ୍ଷ ୮୩ ହଜାର ଟଙ୍କା , ବହଳପଦର ପଞ୍ଚାୟତ ର ଅମରପାଲି ଗ୍ରାମକୁ ପୂର୍ବରୁ ୫ଲକ୍ଷ ଓ ଏବେ ୩୦ଲକ୍ଷ ଟଙ୍କା , ଲୁତୁରପଙ୍କ ପଞ୍ଚାୟତ ର ଲୁତୁରପଙ୍କ ର ଲୁତୁରପଙ୍କ କୁ ପୂର୍ବରୁ ୧୦ ଲକ୍ଷ ଓ ଏବେ ୨୫ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ସେହିପରି ଖଣ୍ଡହତା ପଞ୍ଚାୟତର ବୁରୁବୁଡା ହରିଜନ ପଡା ପାଇଁ ପୂର୍ବରୁ ୩ ଲକ୍ଷ ଟଙ୍କା ଓ ଏବେ ୩ଲକ୍ଷ ୨୨ ହଜାର ଟଙ୍କା , ଖଣ୍ଡହତା ଗ୍ରାମକୁ ପୂର୍ବରୁ ୨ ଲକ୍ଷ ଓ ଏବେ ୨ ଲକ୍ଷ ୫୩ ହଜାର ଟଙ୍କା , ତୁଳସୀ ପୁର୍ ମଠ ପାଖ ସଭାଗୃହ ପାଇଁ ପୂର୍ବରୁ ୩ ଲକ୍ଷ ଓ ଏବେ ୧ଲକ୍ଷ ୨୩ ହଜାର ଟଙ୍କା ମଞ୍ଜୁର ହୋଇଛି । ମୁର୍ଷୁଣ୍ଢି ପଞ୍ଚାୟତର ଲୁଦୁମୁଣ୍ଡା ଗ୍ରାମକୁ ପୂର୍ବରୁ ୪ଲକ୍ଷ ଓ ଏବେ ୨ ଲକ୍ଷ ୯୭ ହଜାର ଟଙ୍କା , ମୁର୍ଷୁଣ୍ଢୀ ଗ୍ରାମକୁ ପୂର୍ବରୁ ୨ଲକ୍ଷ ଓ ଏବେ ୨ ଲକ୍ଷ ୪ହଜାର ଟଙ୍କା , ବଙ୍କିଆ ଗ୍ରାମକୁ ପୂର୍ବରୁ ୨ଲକ୍ଷ ଓ ଏବେ ୨ ଲକ୍ଷ ୪ ହଜାର ଟଙ୍କା ମଞ୍ଜୁର ହୋଇଛି।ବୀରମହାରାଜପୁର ପାଇଁ ପୂର୍ବରୁ ୪ଲକ୍ଷ ଓ ଏବେ ୭ଲକ୍ଷ ୯୩ ହଜାର ଟଙ୍କା , ହିଲୁଙ୍ଗ ହରିଜନ ପଡା କୁ ପୂର୍ବରୁ ୩ଲକ୍ଷ ଟଙ୍କା ଓ ଏବେ ୩ଲକ୍ଷ ୧୮ ହଜାର ଟଙ୍କା , କେନଝିରିଆପାଲି ପଞ୍ଚାୟତର ତେଲିପାଲି ଗ୍ରାମକୁ ପୂର୍ବରୁ ୪ଲକ୍ଷ ଓ ଏବେ ୯ଲକ୍ଷ ୯୨ ହଜାର ଟଙ୍କା ଏବଂ କେନଝିରିଆପାଲି ଛକ ରେ ହେବାକୁ ଥିବା ମୁଖ୍ୟମନ୍ତ୍ରୀ ସଭାଗୃହ ପାଇଁ ପୂର୍ବରୁ ୫ଲକ୍ଷ ଟଙ୍କା ଓ ଏବେ ୨୯ଲକ୍ଷ ୧୮ହଜାର ଟଙ୍କା ମଞ୍ଜୁର ହୋଇ ଥିବା ଜଣାପଡ଼ିଛି I