Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲଡୁଗାଁ ପଞ୍ଚାୟତ କୁ ସମ୍ପୂର୍ଣ୍ଣ ମରୁଡି ଘୋଷଣା ଦାବି କରି ତହସିଲଦାର ଙ୍କ ଜରିଆରେ ଦାବିପତ୍ର ପ୍ରଦାନ କଲେ ଚାଷୀ

କୋକସରା:୨୮/୦୮ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ରେ ଚଳିତ ବର୍ଷ ବର୍ଷା ର ଅନିୟମିତତା କାରଣରୁ ଅନେକ ପଞ୍ଚାୟତ ରେ ସମ୍ଭାବ୍ୟ ମରୁଡି ପରିସ୍ଥିତି ଦେଖାଦେଇଛି।ଆସନ୍ନ ମରୁଡି ଚାଷି ଙ୍କ ଜୀବନ ଜୀବିକା କୁ ପ୍ରଭାବିତ କରିଥିବା ବେଳେ ବ୍ଲକ ର ଲଡୁଗାଁ ପଞ୍ଚାୟତ କୁ ସମ୍ପୂର୍ଣ୍ଣ ମରୁଡି ଘୋଷଣା ଓ କ୍ଷୟକ୍ଷତି ଆକଳନ କରି ଇନ ପୁଟ ସବସିଡ଼ି ଯୋଗାଇ ଦେବାକୁ ଦାବି କରି ସୋମବାର କୋକସରା ତହସିଲଦାର ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ଦାବିପତ୍ର ପ୍ରଦାନ କରିଛନ୍ତି ଲଡୁଗାଁ ଅଞ୍ଚଳ ର ଚାଷୀ। ସୂଚନା ମତେ ଚଳିତ ବର୍ଷ ନିଅଣ୍ଟିଆ ବର୍ଷା କାରଣରୁ ଲଡୁଗାଁ ପଞ୍ଚାୟତ ରେ ସମ୍ଭାବ୍ୟ ମରୁଡି ସ୍ଥିତି ଦେଖିବାକୁ ମିଳିଛି। ଲଡୁଗାଁ ପଞ୍ଚାୟତ ଦେଇ ମେଗାଲିଫ୍ଟ କେନାଲ ପ୍ରବାହିତ ହେଉଥିବା ବେଳେ ଏହି ପ୍ରକଳ୍ପ ରୁ ମାତ୍ର କିଛି ଚାଷଜମି କୁ ଜଳସେଚନ ହେଉଥିବା ବେଳେ ୮୦ ପ୍ରତିଶତ ଜମି କୁ ଜଳସେଚିତ ହେଉନାହିଁ ବୋଳି ଚାଷି ମାନେ ଅଭିଯୋଗ କରିଛନ୍ତି। ଲଡୁଗାଁ ପଂଚାୟତ ର ସୁନାମାଲ, ଆଇଲି,ମୁଡ୍ରା ବାହେଲି ସୁପାଡ, ପିତବାସପୁର ର ହଜାର ହଜାର ହେକ୍ଟର ଚାଷଜମି ବର୍ଷା ଅଭାବ ରୁ ରୁଆ ଓ ବୁଣା ଧାନ ସବୁ ନଷ୍ଟ ହେବାକୁ ବସିଲାଣି। କିଛି ଚାଷି ଏପର୍ଯ୍ୟନ୍ତ ରୁଆ ବେଉଷା କରି ପାରି ନାହାଁନ୍ତି। ବିଭିନ୍ନ ବ୍ୟାଙ୍କ, ଫାଇନାନ୍ସ କମ୍ପାନୀ, ମହାଜନି ଋଣ ଆଣି ଚାଷି ଚାଷ କରିଥିଲେ ହେଲେ ବର୍ଷା ନ ହେବାରୁ ଚାଷି ଙ୍କୁ ଋଣ ସୁଝିବା ଓ ପରିବାର ପ୍ରତିପୋଷଣ କରିବା ଚିନ୍ତା ଦ୍ବିଗୁଣିତ କରିଛି।ସମ୍ଭାବ୍ୟ ମରୁଡି କୁ ଦୃଷ୍ଟି ରେ ରଖି ଜୟ ଜଗନ୍ନାଥ କୃଷକ ସଙ୍ଘ ର ସଭାପତି ଦୁର୍ଗା ପ୍ରସାଦ ଅଗ୍ରୱାଲ ଓ ସମ୍ପାଦକ ପଙ୍କଜ ମୁଖ ଚୌଧୁରୀ ଙ୍କ ନେତୃତ୍ୱରେ ଲଡୁଗାଁ ପଞ୍ଚାୟତ ର ଶତାଧିକ ଚାଷୀ ମାନେ ଏକତ୍ରିତ ହୋଇ ପଞ୍ଚାୟତ କୁ ସମ୍ପୁର୍ଣ୍ଣ ମରୁଡି ଘୋଷଣା ସହ କ୍ଷୟକ୍ଷତି ଆକଳନ କରି ତୁରନ୍ତ ସରକାର ଚାଷି ଙ୍କୁ ସହାୟତା ଯୋଗାଇଦେବାକୁ କୋକସରା ତହସିଲଦାର ଦେବବ୍ରତ କରାଟି ଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ଦାବିପତ୍ର ପ୍ରଦାନ କରିଛନ୍ତି । ଏହି ସମୟରେ ଲଡୁଗାଁ ଅଞ୍ଚଳ ର ଚାଷି ଅଶୋକ ଅଗ୍ରୱାଲ,ସୁଶିଳ ପାଢ଼ୀ, ମୁକ୍ତେଶ୍ଵର ପଟ୍ଟନାୟକ, ସୁରେଶ ଚନ୍ଦ୍ର ଅଗ୍ରୱାଲ,ଧନଞ୍ଜୟ ମୁଣ୍ଡ,ଧର୍ମାନନ୍ଦ ଶବର,ଖଗେଶ୍ୱର ଚୌଧୁରୀ ମଦନ ପାତ୍ର,ବଂଶୀଧାର ପାତ୍ର।ପ୍ରମୁଖ ଉପସ୍ଥିତ ଥିଲେ