Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଲାମାଟି ରାଜୀବ ଭବନ ରେ ଦିନିକିଆ ଜିକେଏସ୍ ସମ୍ବନ୍ଧିୟ ଦକ୍ଷତା ବିକାଶ ତାଲିମ ଶିବିର

ଚିପିଲିମା, ସମ୍ବଲପୁର ଜିଲ୍ଲା ଧନକଉଡା ବ୍ଲକ କଲାମାଟି ରାଜୀବଭବନ ପରିସରରେ ସୋମବାର ଏକ ଗାଁ କଲ୍ୟାଣ ସମିତି (ଜିକେଏସ) ସଦସ୍ୟସଦସ୍ୟାଙ୍କ ଦକ୍ଷତା ବିକାଶ ପାଇଁ ଏକ ଦିନିକିଆ ଶିବିର ଅନୁଷ୍ଠିତ ହୋଇଯାଇଛି।ଆୟୋଜିତ ଶିବିରରେ ଅତିଥିଭାବରେ କଲାମାଟି ସରପଞ୍ଚ ସୁଷମା ସାହୁ ଯୋଗଦାନ କରିଥିଲେ।ସିଏଚସି ଆୟୁଷ ମେଡିକାଲ ଅଫିସର ଚୀରଞ୍ଜିବ ସୁପକାର ଯୋଗ ଦେଇ ଜିକେଏସ ସମ୍ବନ୍ଧିୟ ତଥା ଶରୀର ଯତ୍ନ ଉପରେ ସୁନ୍ଦର ପରାମର୍ଶ ଦେଇଥିଲେ।ସେହିପରି ପିଏଚଇଓ ରୁନି ପଟ୍ଟନାୟକ ଜିକେଏସ ପରିଚାଳନା ନେଇ ତାଲିମ ପ୍ରଦାନ କରିଥିଲେ।ଆୟୋଜିତ କାର୍ଯ୍ୟକ୍ରମରେ ଅଂଗନବାଡୀ କର୍ମୀ, ଆଶା, ଓ୍ବାର୍ଡମେମ୍ବର, ଏଏଚଜି ସଭ୍ୟା ପ୍ରମୁଖ ଯୋଗଦାନ କରିଥିଲେ।ପୁଣି ମଙ୍ଗଳବାର ବସନ୍ତପୁର ପଞ୍ଚାୟତରେ ଏହି ତାଲିମ ଦିଆଯିବ ଏବଂ ଯେଉଁମାନେ ତାଲିମପାଇଁ ରହିଯାଇଛନ୍ତି ସେମାନଙ୍କୁ ତାଲିମ ଦିଆଯିବ ବୋଲି କୁହାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ