Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲାଞ୍ଜିଗଡ଼ ବ୍ଲକ ଗସ୍ତରେ ବିଧାୟକ ପ୍ରଦୀପ କୁମାର ଦିଶାରୀ

କଳାହାଣ୍ଡି,୨୮/୦୮-ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ ଆଜି ଦିନିକିଆ ଲାଞ୍ଜିଗଡ଼ ବ୍ଲକ ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପର ତଦାରଖ ସହିତ ବ୍ଲକ ପ୍ରଶାସନର ବିଭିନ୍ନ ବିଭାଗର ଏକ ସମୀକ୍ଷା କରିଛନ୍ତି ! ବିଧାୟକ ଶ୍ରୀ ଦିଶାରୀ ପ୍ରଥମେ ଡୁମେରମୁଣ୍ଡା ଶିବ ମନ୍ଦିର ପରିଦର୍ଶନ କରି ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ସହାୟତା ଯୋଜନାରେ ଚାଲିଥିବା ଉନ୍ନୟନ କାର୍ଯ୍ୟର ତଦାରଖ କରିଥିଲେ ! ଏହାପରେ ବିଶ୍ବନାଥପୁରରେ ନିର୍ମାଣାଧୀନ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରକଳ୍ପ ପରିଦର୍ଶନ କରି ବ୍ଲକ ପ୍ରଶାସନ ସହିତ ଆଲୋଚନା କରିଥିଲେ ! ଏହାପରେ ବିଧାୟକ ଶ୍ରୀ ଦିଶାରୀ ବ୍ଲକ ପ୍ରଶାସନର ବିଭିନ୍ନ ବିଭାଗର ସମୀକ୍ଷା କରିଥିଲେ ! ବିଧାୟକଙ୍କ ଗସ୍ତ ଓ ସମୀକ୍ଷା ବୈଠକରେ ଲାଞ୍ଜିଗଡ଼ ବିଡିଓ ଜିତେନ୍ଦ୍ର କୁମାର ମିଶ୍ର, ଲାଞ୍ଜିଗଡ଼ ବ୍ଲକ ଉପାଧ୍ୟକ୍ଷ ସଞ୍ଜୀବ କୁମାର ନାୟକ, ସହକାରୀ ଯନ୍ତ୍ରୀ ସାଲଖୁ ହେମ୍ବ୍ରମ, ଜଳଯୋଗାଣ ବିଭାଗର ସହକାରୀ ଯନ୍ତ୍ରୀ ଦଶମତ ମାଝୀ, କନିଷ୍ଠଯନ୍ତ୍ରୀ ସ୍ମିତା ବିଶ୍ବାଳଙ୍କ ସମେତ ବିଧାୟକଙ୍କ ପ୍ରତିନିଧି ପ୍ରଦୀପ ଘଡ଼େଇ, ବିଜେଡି ଜିଲ୍ଲା ସଂପାଦକ ଜଗଦୀଶ ବେନିଆଁ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ମନୋହର ହରପାଲ, ବିଜେଡି ନେତା ଚନ୍ଦ୍ରଶେଖର ମହାପାତ୍ର, ତରୁଣ କୁମାର ଦାସ, ମନରଞ୍ଜନ ବିଶି, କୁନା ପରିଡ଼ା, ସୁବନ ଭୋଇ, ସୌରଭ ପାତ୍ର, ବନ ଦଳେଇ, ଡିଲେଶ ନାଗ, ପାତ୍ର ମାଝୀ, ଅଜିତ ପ୍ରଧାନୀ, ମହେନ୍ଦ୍ର କରୁଆଁ ସମେତ ବହୁସଂଖ୍ୟାରେ ଦଳୀୟ କର୍ମୀ ସାମିଲ ଥିଲେ ! ଏହାପରେ ବିଧାୟକ ଲାଞ୍ଜିଗଡ଼ ଗସ୍ତ କରିବା ସହିତ ଦଳୀୟ କର୍ମକର୍ତ୍ତାଙ୍କ ସହିତ ବିଭିନ୍ନ ସ୍ଥାନୀୟ ସମସ୍ୟା ସଂପର୍କରେ ଆଲୋଚନା କରିଥିଲେ ! ଲାଞ୍ଜିଗଡ଼ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ପରିଦର୍ଶନ ପରେ ଚନ୍ଦନପୁରସ୍ଥିତ ଶିବରାମ ଯୁବକ ସଂଘ ଦ୍ବାରା ଆୟୋଜିତ ଫୁଟବଲ୍ ଟୁର୍ଣ୍ଣାମେଣ୍ଟରେ ଅତିଥି ଭାବେ ଯୋଗଦେଇ ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ !

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ