କମିରାରେ ମେରା ମାଟି ମେରା ଦେଶ କାର୍ଯ୍ୟକ୍ରମ


ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କମିରା ଗ୍ରାମରେ ନେହେରୁ ଯୁବ କେନ୍ଦ୍ର ଓ କମିରା ର ମା ମାହେଶ୍ୱରୀ ଜନ କଲ୍ୟାଣ ଯୁବକ ସଂଘ ର ମିଳିତ ଆନୁକୁଲ୍ୟରେ ମେରା ମାଟି ମେରା ଦେଶ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରେ ବୃକ୍ଷ ରୋପଣ ମଧ୍ଯ କରାଯାଇଥିଲା । ଏଥିରେ କ୍ଲବ୍ ର ସକ୍ରିୟ ସଦସ୍ୟ ଭାବରେ ଜଗଦୀଶ ପଧାନ , ବ୍ରଜ ଚଉଲିଆ , ଲିକୁନ ପଧାନ , ଜ୍ୟୋତି ଚଉଲିଆ , ଅମଳ ପଧାନ , ବିକାଶ ପଧାନ , ଦିନେଶ ପଧାନ , ସୁମନ୍ତ ପଧାନ , ଶରତ ପଧାନ , ମଦନ ବଢିଆ , ମନିସ ବଢିଆ ଓ ସିଦ୍ଧାର୍ଥ ପଧାନ ପ୍ରମୁଖ ଯୋଗ ଦେଇଥିଲେ l ସାମୁହିକ ବୃକ୍ଷ ରୋପଣ ପରେ ଗ୍ରାମର ପୋଖରୀ ହୁଡା , ଗାଧୁଆ ତୁଠ ସଫା କରଯାଇଥିଲା । ଏଥିରେ ନେହେରୁ ଯୁବ ସ୍ଵେଚ୍ଛାସେବୀ ମନୋରଞ୍ଜନ ଜଗଦଲା ଯୋଗଦେଇ ସମସ୍ତଙ୍କୁ ମାଟି ମାଁ ସହିତ ପରିବେଶ ର ସୁରକ୍ଷା ପାଇଁ ଶପଥ କରାଇଥିଲେ ।