Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦକ୍ଷିଣିପାଲି ହକି ପଡିଆ ରେ ଜାତୀୟ କ୍ରୀଡା ଦିବସ ପାଳିତ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ଦକ୍ଷିଣିପାଲି ହକି ପଡିଆ ରେ ଆଜି ନେହେରୁ ଯୁବ କେନ୍ଦ୍ର ସୋନପୁର ଙ୍କ ତତ୍ୱାବଧାନ ତଥା ଖେଳ ଓ ଯୁବ ବ୍ୟାପାର ବିଭାଗ ଭାରତ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଶାନ୍ତିପ୍ରକାଶ ଯୁବକ ସଂଘ ତରଫରୁ ଜାତୀୟ କ୍ରୀଡା ଦିବସ ପାଳିତ ହୋଇଯାଇଛି l ମଙ୍ଗଳବାର ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ଥାନିୟ ସରପଞ୍ଚ ପ୍ରଦୀପ ଦେହେରି , ସମ୍ମାନିତ ଅତିଥି ଭାବେ ପୁରାତନ ଖେଳାଡ଼ି ବୁଆସ ଗୁଡ଼ିଆ ଉପସ୍ଥିତ ରହି ଉତ୍ସାହିତ କରିଥିଲେ I କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଶମ୍ଭୁରାଜ କର୍ଣ୍ଣ I ଏ ଅବସରରେ ମହାନ ହକି ଖେଳାଳି ମେଜର ଧ୍ୟାନଚନ୍ଦଙ୍କ ଜନ୍ମଦିନ ପାଳିତ ହୋଇଯାଇଛି I ନୂତନ ଭାବେ ସୋନପୁର ଜିଲ୍ଲାପାଇଁ ଚୟନ ହୋଇଥିବା ହକି ପ୍ରଶିକ୍ଷକ ସୁବାସ ବାର୍ଲା ଙ୍କୁ ସମ୍ବୋର୍ଦ୍ଧିତ କରାଯାଇଥିଲା l କାର୍ଯ୍ୟକ୍ରମରେ ଏକ ପ୍ରଦର୍ଶନୀ ହକି ମ୍ୟାଚ ର ଆୟୋଜନ ହୋଇଥିଲା I ଏଥିରେ ଦକ୍ଷିଣିପାଲି A କୁ ମାଟୁପାଲି ଦଳ 2-1 ଗୋଲରେ ହରାଇଥିଲା I ଶେଷରେ ସଞ୍ଜୟ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ I