ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ମାଲେଶ୍ରୀ ମହୋତ୍ସବର ସମୀକ୍ଷା ବୈଠକ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅଷ୍ଟମ ମାଲେଶ୍ରୀ ମହୋତ୍ସବ-୨୦୨୩ ଓ ପଲ୍ଲୀଶ୍ରୀ ମେଳା ଅର୍ଥ କମିଟିର ସମୀକ୍ଷା ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି । ମହୋତ୍ସବ
କମିଟିର ସଭାପତି ତଥା ବୀରମହାରାଜପୁର ଉପଜିଲ୍ଲାପାଳ ଅଶୋକ କୁମାର ଭୋଇ ଏଥିରେ ଅଧ୍ୟକ୍ଷତା କରିଥିଲେ । ବୈଠକରେ ପୂର୍ବ ବର୍ଷର ବଳକା ରାଶିକୁ ମିଶାଇ ମୋଟ ଆୟ ୧୩ ଲକ୍ଷ ୯୮ ହଜାର ୭୬୧ ହୋଇଥିବାବେଳେ ୧୦ ଲକ୍ଷ ୮୪ ହଜାର ୪୧୫ ଟଙ୍କା ବ୍ୟୟ ହୋଇଥିବା ଜଣାପଡିଛି । ମୋଟ ୩ ଲକ୍ଷ ୧୪ ହଜାର ୩୪୬ ଟଙ୍କା ବଳକା ରହିଥିବାବେଳେ ଏହା ନବମ ମହୋତ୍ସବରେ ଖର୍ଚ୍ଚ ହେବ ବୋଲି ପ୍ରକାଶ । ବୈଠକରେ ବୀରମହାରାଜପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ମୋତିଲାଲ ସୁଲିଆ , ଉଲୁଣ୍ଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ କରିସ୍ମା ଭେଶ୍ରା , ସ୍ଵୟମ୍ଭୁନାଥ ଖଣ୍ଡଗିରି , ରାମକୃଷ୍ଣ ହୋତା , ରଞ୍ଜିତ ରଥ , ପ୍ରଭାତ ଦାସ , ଅବିନାଶ ହୋତା , ଲକ୍ଷ୍ମୀନାରାୟଣ ସାହୁ , ଅଯତ୍ନ କଲତା , ଅକ୍ଷୟ ରାଏ , ଅକ୍ଷୟ ମିଶ୍ର , ସୁଧାଂଶୁ ପଣ୍ଡା , ଲଳିତ ପଟ୍ଟନାୟକ , ସଞ୍ଜୀବ ମିଶ୍ର , ପ୍ରଦୀପ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ମହୋତ୍ସବର ସମ୍ପାଦକ ତଥା ରାଜସ୍ଵ ଅଧିକାରୀ ଅଜିତ ମିର୍ଦ୍ଧା ଧନ୍ୟବାଦ ଅର୍ପଣ କରିଥିଲେ ।