ଆନ୍ତର୍ଜାତୀୟ ମୁଷ୍ଟିଯୁଦ୍ଧ ଦିବସରେ ବୀରମହାରାଜପୁର ର ବ୍ରଜଗୋପାଳ ସମ୍ବର୍ଦ୍ଧିତ

ବୀରମହାରାଜପୁର : ପୁରିରେ ଅନୁଷ୍ଠିତ ହୋଇଥିବା ମୁଷ୍ଟିଯୁଦ୍ଧ ଦିବସରେ ବୀରମହାରାଜପୁର ବ୍ରଜଗୋପାଲ ପଣ୍ଡା ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ଜଣାଯାଇଛି । ପୁରୀ ସ୍ଥିତ ତାଳବଣିଆ ଷ୍ଟାଡିୟମ ଠାରେ ପୁରୀ ବକ୍ସିଂ ଏକାଡେମୀ ତରଫରୁ ଅନ୍ତର୍ଜାତୀୟ ମୁଷ୍ଟିଯୁଦ୍ଧ ଦିବସ ପାଳନ ହୋଇଥିଲା । ପ୍ରଥମେ ସକାଳ ୭ ଟା ସମୟରୁ ଶ୍ରୀମନ୍ଦିର ଠାରେ ପ୍ରଦୀପ ପ୍ରଜ୍ଜଳନ କରି ବକ୍ସିଂ ଖେଳାଳୀ ମାନେ ସହର ପରିକ୍ରମା ପୂର୍ବକ ପୁରୀ ଷ୍ଟାଡିୟମ ଠାରେ ପହଞ୍ଚିଥିଲେ । ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୁରୀ ସଦର ବିଧାୟକ ଜୟନ୍ତ କୁମାର ସଡଙ୍ଗୀ , ସଂମ୍ମାନୀତ ଅତିଥି ଭାବେ ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ , ଓଡିଶା ଆଥେଲେଟିକ୍ସ ଆସୋସିଏସନ କୋଷାଧ୍ୟକ୍ଷ ରବି ଶଙ୍କର ପ୍ରତିହାରୀ ଓ ପ୍ରତାପ ପୁରୁଷୋତ୍ତମ ପୁର ଦେବ ଡିଗ୍ରୀ କଲେଜର ପ୍ରିନ୍ସିପାଲ ସୁଦର୍ଶନ ମହାରଥୀ ପ୍ରମୁଖ ଯୋଗଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସୁବର୍ଣ୍ଣପୁର ଜିଲ୍ଲା ଆମେଚର୍ ବକ୍ସିଂ ସଂଘର ସମ୍ପାଦକ ବ୍ରଜଗୋପାଳ ପଣ୍ଡା ଙ୍କୁ ମାନପତ୍ର , ଉତ୍ତରୀୟ ଓ ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧିତ କରିଥିଲେ l ଜିଲ୍ଲା ଆମେଚର୍ ବକ୍ସିଂ ସଂଘର ସମସ୍ତ ସଦସ୍ୟଙ୍କ ସହ ଅଞ୍ଚଳର ବିଭିନ୍ନ ମହଳରୁ ତାଙ୍କୁ ଶୁଭେଚ୍ଛା ଜଣାଉଛନ୍ତି ।