ବୀରମହାରାଜପୁର : ପ୍ରଥମ ଓଡିଆ ଭାବେ ଦକ୍ଷିଣ କୋରିଆ ମାଟିରେ ପାଟନରସିପ ତାଇକଣ୍ଡୋ ପ୍ରୋଗ୍ରାମରେ ଯୋଗଦେବେ ବୀରମହାରାଜପୁର ମାଟିର ପିଲା ଏହେସାସ ହୋତା । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମୁଲ୍ୟମଣୀ ରାଣୀପୁର ଗାଁର ଆନ୍ତର୍ଜାତୀୟ ତାଇକଣ୍ଡୋ କ୍ରୀଡାବିତ ଏହେସାସ ହୋତାଙ୍କୁ ମିଳିଛି ଆଉ ଏକ ସଫଳତା । ଆସନ୍ତା ସେପ୍ଟେମ୍ବର ୧ ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ ଦକ୍ଷିଣ କୋରିଆ ତାଇକଣ୍ଡୋ ଓନ ମୁଜୁ ଠାରେ ବିଶ୍ୱ ତାଇକଣ୍ଡୋ ସଂଘ ପକ୍ଷରୁ ପାଟନରସିପ ତାଇକଣ୍ଡୋ ପ୍ରୋଗ୍ରାମ ଅନୁଷ୍ଠିତ ହେବ । ଯେଉଁଠି ବିଭିନ୍ନ ଦେଶରୁ ବଛା ବଛା ତାଇକଣ୍ଡୋ କୋଚମାନଙ୍କୁ ବିଶ୍ୱର ମାନ୍ୟତା ପ୍ରାପ୍ତ କୋଚମାନେ ଉନ୍ନତମାନର ତାଲିମ ପ୍ରଦାନ କରିବେ । ଏହି କାର୍ଯ୍ୟକ୍ରମରେ ଏହେସାସ ହୋତା ଓଡିଶା ମାଟିର ପ୍ରଥମ ଏବଂ ଭାରତର ଏକମାତ୍ର ସର୍ବକନିଷ୍ଠ କୋଚଭାବେ ତାଲିମ ନେବାପାଇଁ ମନୋନିତ ହୋଇଛନ୍ତି । ଏନେଇ ଏହସାସ ହୋତାଙ୍କ ପାଖକୁ ବିଶ୍ୱ ତାଇକଣ୍ଡୋ ମୁଖ୍ୟ କାର୍ଯ୍ୟାଳୟ ଦକ୍ଷିଣ କୋରିଆରୁ ପତ୍ର ମିଳିସାରିଛି । ଏହେସାସ ହୋତା ବହୁବାର ଆନ୍ତର୍ଜାତୀୟ ପ୍ରତିଯେଗିତାରେ ଅଂଶଗ୍ରହଣ କରି ଭାରତ ପାଇଁ ଗୌରବ ଆଣି ଥିବା ବେଳେ ପୁର୍ବରୁ ଦୁଇଥର ଦକ୍ଷିଣ କୋରିଆରେ ମାସ ମାସ ଧରି ତାଲିମ ମଧ୍ୟ ନେଇ ସାରିଛନ୍ତି । ତେବେ ଏହି ଖବର ଜଣାପଡିବା ପରେ ରାଜ୍ୟ ତାଇକଣ୍ଡୋ ସଂଘର ସଂପାଦକ ମନମୋହନ ଭଂଜ , ସୁବର୍ଣ୍ଣପୁର ଜିଲ୍ଲା ତାଇକଣ୍ଡୋ ସଂଘର ସଭାପତି ରବୀନ୍ଦ୍ର ହୋତା , ଜିଲ୍ଲା କ୍ରୀଡା ଅଧିକାରୀ ଚିତରଂଜନ ମିଶ୍ର , ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା , ଜିଲ୍ଲା ତାଇକଣ୍ଡୋ ସଂଘର ଅଇନ ପରାମର୍ଶଦାତା ରାଧାକାନ୍ତ ବାଘ ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ କ୍ରୀଡା ଅନୁଷ୍ଠାନ ପକ୍ଷରୁ ଏହେସାସ ହୋତାଙ୍କୁ ଶୂଭେଚ୍ଛା ଓ ଶୂଭ କାମନା ଜଣାଇଛନ୍ତି l
ପ୍ରଥମ ଓଡ଼ିଆ ଭାବେ ଦକ୍ଷିଣ କୋରିଆ ପାର୍ଟନରସିପ୍ ତାଇକଣ୍ଡୋ ପ୍ରୋଗ୍ରାମ ରେ ଯୋଗଦେବେ ଏହେସାସ
