ଆାଦିବାସୀ କଲ୍ଯାଣ ସଂଘ ଉଲୁଣ୍ଡା ବ୍ଲକ କର୍ମକର୍ତ୍ତା ଚୟନ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଯଉଁରାଭଉଁରା ଗ୍ରାମ ପଂଚାୟତ ଅନ୍ତର୍ଗତ ବ୍ରାହ୍ମଣିପାଲି ଠାରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଙ୍ଘ ଆହ୍ୱାନ କ୍ରମେ ଉଲୁଣ୍ଡା ବ୍ଲକ ଆଦିବାସୀ କଲ୍ୟାଣ ସଙ୍ଘ ଗଠିତ ହୋଇଯାଇଛି l କାର୍ଯ୍ୟକ୍ରମରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ସଭାପତି ଯୋଗୀନ୍ଦ୍ର ଭୋଇ ମୁଖ୍ୟଅତିଥି ଭାବରେ ଯୋଗ ଦେଇଥିବା ବେଳେ ଜିଲ୍ଲା ସଙ୍ଘ ଉପ ସଭାପତି ଗୁପ୍ତେଶ୍ୱର ମଲ୍ଲିକ , ଜିଲ୍ଲା ସଂଘ ସମ୍ପାଦକ ଲାଂବୋଦର ଧରୁଆ , ଜିଲ୍ଲା ସଂଘ କୋଷାଧ୍ୟକ୍ଷ ରୋହିତ କୁଅଁର , ତରଭା ବ୍ଲକ ସଂଘ ସଭାପତି ବଳଭଦ୍ର କୁଅଁର , ବୀରମହାରାଜପୁର ବ୍ଲକ ସଙ୍ଘ ସଭାପତି ଶ୍ୟାମସୁନ୍ଦର ପଧାନ , ସୋନପୁର ବ୍ଲକ ସଭାପତି ରୋହିତ ମୁଣ୍ଡା ପ୍ରମୁଖ ଅନ୍ୟତମ ଅତିଥି ଭାବରେ ଯୋଗଦେଇ ଥିଲେ l ଉଲୁଣ୍ଡା ବ୍ଲକର ପ୍ରତି ପଂଚାୟତରୁ ଦୁଇ ଜଣ ଲେଖାଏଁ ସଦସ୍ୟ ଙ୍କୁ ନେଇ ଏକ ପୂର୍ଣ୍ଣାଙ୍ଗ କମିଟି ଗଠନ କରାଯାଇଥିଲା l ଏଥିରେ ନନ୍ଦନ ବାରିକ ସଭାପତି , ଗୁହାଲୁ ବାରିକ ଉପ ସଭାପତି , ବାନାମ୍ବର ଯାନୀ କାର୍ଯ୍ୟକାରୀ ସଭାପତି , ବରୁଣ ଭୋଇ ସମ୍ପାଦକ , ନିରଂଜନ ଭୋଇ ସହ ସମ୍ପାଦକ ଏବଂ ତ୍ରିନାଥ ଭୋଇ କୋଷାଧ୍ୟକ୍ଷ ଭାବରେ ମନୋନୀତ ହୋଇ ଥିଲେ l ସେହିପରି ମସ୍ତରମ ଭୁଏ , ବୈଶାନନ୍ଦ ଧରୁଆ , ମଙ୍ଗୁଲୁ କିସାନ , ତ୍ରିନାଥ ନେଟି , ବ୍ରଜବନ୍ଧୁ ଭୋଇ , ମାନଗୋବିନ୍ଦ ପଧାନ , ଦୟାନିଧି ପଧାନ , ସନତ ଭୋଇ , ନରେନ୍ଦ୍ର ପଧାନ , ଅଶ୍ୱିନୀ ବିଶି , ପ୍ରଶାନ୍ତ ବିଶ୍ୱାଳ , ବରୁଣ ଭୋଇ , ଧନପତି ଭୋଇ , ବିଭୁତି ଭୋଇ , ଲିଙ୍ଗରାଜ ଭୋଇ , ଅଚ୍ୟୁତ ଭୋଇ ପ୍ରମୁଖ କାର୍ଯ୍ୟକାରି ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି l ଏହି କାର୍ଯ୍ୟକ୍ରମକୁ ମକୁନ୍ଦ ଧରୁଆ ପରିଚାଳନା କରିଥିବାବେଳେ ଶେଷରେ ବରୁଣ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ l