ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମ ପରିସର ରେ ହକିର ଯାଦୁଗର ମେଜର ଧ୍ୟାନଚାନ୍ଦଙ୍କ ଜନ୍ମଦିନ ଅବସରରେ ମଙ୍ଗଳବାର ଜାତୀୟ କ୍ରୀଡା ଦିବସ ପାଳିତ ହୋଇଯାଇଛି । ସୁବର୍ଣ୍ଣପୁର ଜିଲ୍ଲା ଆମେଚର ବକ୍ସିଂ ସଂଘ ପକ୍ଷରୁ ଆୟୋଜିତ ଏହି ସମାରୋହରେ ଶିକ୍ଷାବିତ ଗିରିଜା ଶଙ୍କର ପଣ୍ଡା , ସାମ୍ବାଦିକ ସତ୍ୟବାନ ପୁରୋହିତ , ବକ୍ସିଂ କୋଚ ବ୍ରଜଗୋପାଳ ପଣ୍ଡା ପ୍ରମୁଖ ଅତିଥି ଭବେ ଯୋଗଦେଇଥିଲେ l ଅତିଥିମାନେ ଧ୍ୟାନଚାନ୍ଦ ଙ୍କ ଖେଳ ଜୀବନ ତଥା ଖେଳ ପାଇଁ ତାଙ୍କର ଅବଦାନ ଉପରେ ଆଲୋକପାତ କରିଥିଲେ l ଏହା ସହିତ ଧ୍ୟାନଚାନ୍ଦଙ୍କ ଜନ୍ମ ଦିବସ କୁ କ୍ରୀଡା ଦିବସ ଭାବେ ପାଳନ କରାଯାଉଥିବା ଉପସ୍ଥିତ କ୍ରୀଡା ଛାତ୍ର ଛାତ୍ରୀ ଙ୍କୁ କହିଥିଲେ l କ୍ରୀଡା ଦିବସ ପାଳନ ର ଉଦ୍ଦେଶ୍ୟ ବିଷୟର କ୍ରୀଡା ଛାତ୍ର ଛାତ୍ରୀ ଙ୍କୁ ବୁଝାଇଥିଲେ । ଏହି ଅବସରରେ ବକ୍ସିଂ କୋଚ ବ୍ରଜ ଗୋପାଳ ପଣ୍ଡାଙ୍କ କୃତିତ୍ବକୁ ନେଇ ଅନୁଷ୍ଠାନ ପକ୍ଷରୁ ସ୍ବତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା । ଅନୁଷ୍ଠାନ ର କୃତିବାସ ସତପଥୀ , ଚାପଧାରୀ ସିଙ୍ଗ , କୃଷ୍ଣଚନ୍ଦ୍ର ରଣା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l ସେହିପରି ହକିର ଯାଦୁଗର ମେଜର ଧ୍ୟାନଚାନ୍ଦଙ୍କ ଜନ୍ମଦିନ ଅବସରରେ ମଙ୍ଗଳବାର ଅପରାହ୍ନରେ ବୀରମହାରାଜପୁର ବାଳକ ଉଚ୍ଚ ବିଦ୍ୟାଳୟରେ ଜାତୀୟ କ୍ରୀଡା ଦିବସ ପାଳନ କରାଯାଇଛି । ଏହି ଅବସରରେ ଛାତ୍ରମାନେ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ହାତରେ ବିଭିନ୍ନ କ୍ରୀଡା ସାମଗ୍ରୀ ଧରି ସହର ପରିକ୍ରମା କରିଥିଲେ ।
ବୀରମହାରାଜପୁର ରେ ଜାତୀୟ କ୍ରୀଡ଼ା ଦିବସ ପାଳିତ
