ଆଶୀର୍ବାଦ ଯୋଜନା ର ତାଲିମ ଶିବିର ବୀରମହାରାଜପୁର ମିଶନ ଶକ୍ତି ଗୃହରେ ଆୟୋଜିତ


ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ ବୀରମହାରାଜପୁର ସ୍ଥିତ ମିଶନ ଶକ୍ତି ଗୃହ ଠାରେ ଜିଲ୍ଲା ଶିଶୁସୁରକ୍ଷା ବିଭାଗ ର ଆୟୋଜନ ରେ ଆଶ୍ରିବାଦ ଯୋଜନା ହିତାଧିକାରୀଙ୍କ ପାଇଁ ଏକ ଦିବସୀୟ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି ଶିବିର ରେ ଜିଲ୍ଲା ଶିଶୁସୁରକ୍ଷା ବିଭାଗ ର ଅଧ୍ୟକ୍ଷ ଶଙ୍କର୍ଷଣ ପଣ୍ଡା ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ I ବୌଦ୍ଧ ଜିଲ୍ଲାର କିଶୋର ନ୍ୟାୟ ବୋର୍ଡ ର ସଦସ୍ୟ ରାଧାକାନ୍ତ ବାଘ , ବୀରମହାରାଜପୁର ଶିଶୁ ବିକାଶ ଅଧିକାରୀ ଶ୍ରଦ୍ଧାଞ୍ଜଳି ପଣ୍ଡା , ମିଶନ ଶକ୍ତି ର ବ୍ଲକ ପ୍ରକଳ୍ପ ସଂଯୋଜକ ଶାନ୍ତନୁ କୁମାର ମେହେର ପ୍ରମୁଖ ସମ୍ମାନିତ ଅତିଥି ଭବେ ଯୋଗଦେଇ ଜିଲ୍ଲା ରେ ଶିଶୁ ସୁରକ୍ଷା ବିଭାଗ ଶିଶୁଙ୍କ ପାଇଁ ଆସୁଥିବା ସୁବିଧା ସମ୍ପର୍କ ରେ ସମସ୍ତଙ୍କୁ ଅବଗତ କରିଥିଲେ l ଉକ୍ତ କାର୍ଯ୍ୟକ୍ରମ ରେ ସୁରକ୍ଷା ଅଧିକାରୀ ବିଜୟ କୁମାର ବିଶ୍ୱାଳ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ କାର୍ଯ୍ୟକ୍ରମ ର ଉଦ୍ଦେଶ୍ୟ ସମ୍ପର୍କରେ ବୁଝେଇ ଥିଲେ l ତାଲିମ ଦାତା ଭାବେ ସଖି ର ପରାମର୍ଶ ଦାତା ସୌମ୍ୟାଲିପସା ରାଉତ ଶିଶୁ ମାନଙ୍କ ଯତ୍ନ ଓ ସୁରକ୍ଷା ଉପରେ ତାଲିମ ପ୍ରଦାନ କରିଥିଲେ l କାର୍ଯ୍ୟକ୍ରମରେ ରୁଦ୍ର ପ୍ରସନ୍ନ ମିଶ୍ର ବିଜୁ ଶିଶୁ ସୁରକ୍ଷା ସମ୍ପର୍କରେ ବୁଝାଇ ଥିଲେ l ଶେଷ ରେ ପରାମର୍ଶ ଦାତା ପ୍ରଶାନ୍ତ କୁମାର ମହାକୁର ଧନ୍ୟବାଦ ଅର୍ପଣ କରିଥିଲେ l