Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କେଜରିଓ୍ଵାଲଙ୍କୁ କରାଯାଉ ପିଏମ ପ୍ରାର୍ଥୀ, ଇଣ୍ଡିଆ ବୈଠକ ପୂର୍ବରୁ ଆପର ଦାବି

ନୂଆଦିଲ୍ଲୀ: ମୁମ୍ବାଇରେ ବିରୋଧୀ ଦଳର ମେଣ୍ଟ ଇଣ୍ଡିଆର ବୈଠକ ପୂର୍ବରୁ ଆମ୍ ଆଦମୀ ପାର୍ଟି(ଆପ୍) କେଜରିଓ୍ଵାଲଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରାଯାଉ ବୋଲି ଦାବି କରିଛି। ଆପର ଜାତୀୟ ମୁଖପାତ୍ର ପ୍ରିୟଙ୍କା କକ୍କଡ଼ କହିଛନ୍ତି ଆପର ସଂଯୋଜକ ତଥା ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ଵାଲଙ୍କୁ ପ୍ରଧାନମନ୍ତ୍ରୀ ପଦର ପ୍ରାର୍ଥୀ କରାଯିବା ଉଚିତ୍। ସେ ଏହାକୁ ନେଇ ଅନେକ ଯୁକ୍ତି ମଧ୍ୟ ବାଢିଛନ୍ତି ଏବଂ କହିଛନ୍ତି ଯେ, କେଜରିଓ୍ଵାଲ ପ୍ରଧାନମନ୍ତ୍ରୀ ହେଲେ ଦେଶରେ କେଉଁ ଧରଣର ପରିବର୍ତ୍ତନ ଆସିବ।

ମୁଖପାତ୍ର କହିଛନ୍ତି, ଉଚ୍ଚସ୍ତର ଦରବୃଦ୍ଧି ସମୟରେ ବି ଦିଲ୍ଲୀ ଏମିତି ଏକମାତ୍ର ରାଜ୍ୟ ଯେଉଁଠି ଦରବୃଦ୍ଧି କମ ରହିଛି। ମାଗଣାରେ ପାଣି ମିଳୁଛି, ପିଲାଙ୍କୁ ତତ୍ତମ ଶିକ୍ଷା ମିଳୁଛି। ଏପରିକି ମାଗଣା ବିଜୁଳି ମଧ୍ୟ ଯୋଗାଇ ଦିଆଯାଉଛି। ମହିଳା ଏବଂ ବୃଦ୍ଧବୃଦ୍ଧାଙ୍କୁ ମାଗଣାରେ ତୀର୍ଥ ଯାତ୍ରାର ସୁବିଧା ଯୋଗାଇ ଦିଆଯାଉଛି। ଏସବୁ ସହିତ ଦିଲ୍ଲୀ ପାଇଁ ଲାଭକାରୀ ବଜେଟ୍ ମଧ୍ୟ ଉପସ୍ଥାପନ କରାଯାଇଛି। କେଜରିଓ୍ଵାଲ୍ ସର୍ବଦା ଜନତାଙ୍କ ପ୍ରସଙ୍ଗ ଉଠାଇଥାନ୍ତି। ସେ ପିଏମଙ୍କ ସମ୍ମୁଖରେ ବଡ଼ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛନ୍ତି। ସେ ଡିଗ୍ରୀ ମାମଲା ହେଉ କି ଅନ୍ୟ ପ୍ରସଙ୍ଗ ହେଉ ସେ ମୁଖରତାର ସହ କେନ୍ଦ୍ର ସରକାରଙ୍କୁ ଆହ୍ଵାନ କରି ଆସିଛନ୍ତି।

ତେଣୁ ଅରବିନ୍ଦ କେଜରିଓ୍ଵାଲ ଦେଶର ପ୍ରଧାନମନ୍ତ୍ରୀ ହେଲେ ଦେଶରେ ବ୍ୟାପକ ପରିବର୍ତ୍ତନ ଆସିବ ବୋଲି ପ୍ରିୟଙ୍କା କକ୍କଡ କହିଛନ୍ତି। ଆମର ଭିଜନ ମେକ ଇଣ୍ଡିଆ ନମ୍ବର ଓ୍ଵାନ ରହିଛି। ଆମେ ଚାହୁଁ ଭାରତରେ ସାମଗ୍ରୀ ନିର୍ମାଣ ହେଉ। କିନ୍ତୁ ପ୍ରଧାନମନ୍ତ୍ରୀଙ୍କ କାମ ଭାଷଣରେ ସୀମିତ ହୋଇ ଯାଉଛି। ଲାଗୁଛି ବର୍ତ୍ତମାନର କେନ୍ଦ୍ର ସରକାରଙ୍କ ନିକଟରେ କୌଣସି ଭିଜନ ନାହିଁ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ