Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଚିପିଲିମା ଚନ୍ଦ୍ରଶେଖର ବାବା ମନ୍ଦିରରେ ଶତାଧିକ ଭକ୍ତଙ୍କ ସମାଗମରେ ଦିନିକିଆ ନାମଯଜ୍ଞ ଅନୁଷ୍ଠିତ

ଚିପିଲିମା,ଶ୍ରାବଣପୂର୍ଣ୍ଣିମା ଅବସରରେ ଚିପିଲିମା ଚନ୍ଦ୍ରଶେଖର ବାବା ଶିବମନ୍ଦିର ପ୍ରାଙ୍ଗଣରେ ଶହସ୍ରାଧିକ ଭକ୍ତଙ୍କ ସମାଗମରେ ବୁଧବାର ଦିନିକିଆ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି।ବୁଧବାର ପ୍ରଭାତରୁ ମନ୍ଦିର ନୀତିକାନ୍ତି ପରେ ନିକଟସ୍ଥ ମହନଦୀରୁ କଳସ ବୁଡାଇ ଆଣି ମଣ୍ଡପରେ ସ୍ଥାପନ ହୋଇଥିଲା।ପରେ ରୀତିନୀତିରେ କଳସ ପୂଜା, ଷଡ଼ବୈଷ୍ଣବ ପୂଜା, ରାଧାକୃଷ୍ଣ ପୂଜାପରେ ସକାଳ ୬ଟାରେ ହରେକୃଷ୍ଣ ହରେରାମ ମହାମନ୍ତ୍ର ଆରମ୍ଭ ହୋଇଥିଲା।ଆୟୋଜିତ କାର୍ଯ୍ୟକ୍ରମରେ ପଣ୍ଡିତ ସୁଧାଂଶୁ ଶେଖର ପାଣିଗ୍ରାହୀ,ସାହିଲ ଦାସ,, ଅୟୁଷ୍ମ।ନ ଦାସ ସମସ୍ତ ପୂଜାକାର୍ଯ୍ୟ ପରିଚାଳନା କରିଥିବାବେଳେ, ସଦାନନ୍ଦ ସାହୁ ଏବଂ ତାଙ୍କ ସହଧର୍ମିଣୀ ଶିଵପ୍ରିୟା ସାହୁ କର୍ତ୍ତା ଦାୟିତ୍ୱ ସମ୍ପାଦନ କରିଥିଲେ।ଆୟୋଜିତ କାର୍ଯ୍ୟକ୍ରମରେ ସ୍ଥାନୀୟ କୁଦ ଅମଳିପାଲି, କାର୍ଡୋଳା, ଚିପିଲିମା, ଗାଁ ଚିପିଲିମା, ର ୫ଟି ଉଦଣ୍ଡ ସଂକୀର୍ତନ୍ୟ ଦଳ ଯୋଗଦାନ କରିଥିବାବେଳେ, ଦିନତମାମ ହରେକୃଷ୍ଣ ହରେରାମ ମହାମନ୍ତ୍ରରେ ଅଞ୍ଚଳ ମୁଖରିତ ହୋଇଉଠିଥିଲା।ପରିଶେଷରେ ସମସ୍ତ ଭକ୍ତ ତଥା ଦର୍ଶକଙ୍କୁ ଅନ୍ନଭୋଗ ବଣ୍ଟନ ହୋଇଥିଲା।ଆୟୋଜିତ କାର୍ଯ୍ୟକ୍ରମରେ ପଞ୍ଚାନନ ପଣ୍ଡା, ମନୋଜ ଦାସ, ପ୍ରସନ୍ନ ସାହୁ, ଅରୁଣ ମିଶ୍ର ପ୍ରମୁଖଙ୍କ ସହ ସ୍ଥାନୀୟ ଜନସାଧାରଣ ସହଯୋଗ କରିଥିଲେ।ପ୍ରକାଶ ଥାଉକି ଚଳିତ ଦୁଇ ଶ୍ରାବଣ ମାସସାରା ମନ୍ଦିରରେ ଆଧ୍ୟାତ୍ମିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ