Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୁଚିଣ୍ଡାରେ ମେହେର ଜୟନ୍ତୀ ପାଳିତ; ଲୋକାର୍ପଣ ହେଲା ୪ ଟି ପୁସ୍ତକ

ଜମନକିରା : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ସ୍ଥିତ ପ୍ରତିଭା ବିକାଶ ଅଭିଯାନ ସଭା କକ୍ଷରେ ଅନୁଷ୍ଠାନର ବ୍ଲକ ସ୍ତରୀୟ ସଭାପତି ତଥା ଅବସର ପ୍ରାପ୍ତ ଅଧ୍ୟକ୍ଷ ସୁବାଷଚନ୍ଦ୍ର ନାୟକଙ୍କ ସଭାପତିତ୍ବରେ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ୧୬୨ ତମ ଜୟନ୍ତୀ ପାଳିତ ହୋଇଯାଇଛି। ଏଥିରେ ଅବସର ପ୍ରାପ୍ତ ପ୍ରଶାସନିକ ଅଧିକାରୀ ଶାନ୍ତନୁ ସାହୁ, ମୁଖ୍ୟ ଅତିଥି, ଅବସର ପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରଫୁଲ୍ଲ ସାହୁ, ସମ୍ମାନିତ ଅତିଥି ଓ ସାହିତ୍ୟିକ ପଣ୍ଡିତ ଅଲେଖ କୁମାର ପତି ମୁଖ୍ୟବକ୍ତା ଭାବରେ ଯୋଗଦେଇ ମେହେର ସାହିତ୍ୟ ଓ ଜୀବନୀ ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ସାହିତ୍ୟିକ ସୁସ୍ମିତା ପଟେଲଙ୍କ ଦ୍ଵାରା ଲିଖିତ ଗଳ୍ପ ସଙ୍କଳନ ଡାଏରୀ, ଉପନ୍ୟାସ ଅନ୍ତହିନ ପ୍ରତିକ୍ଷା, ଶିଶୁ କବିତା ସଂକଳନ ଟିକି ଦୁନିଆଁ, ଶିଶୁ ଗଳ୍ପ ସଙ୍କଳନ ମାୟାବୀ ପାହାଡ଼କୁ ଅତିଥି ଗଣ ଲୋକାର୍ପଣ କରିଥିଲେ।ଏଥିରେ ଅଭିଯାନର ଆବାହକ ପ୍ରଭାତ ବେହେରା ସ୍ବାଗତ ଭାଷଣ, ସଭ୍ୟ ରମାକାନ୍ତ ମହକୁଳ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କବି ରଜନୀ ପଟେଲ, ପଙ୍କଜିନି ନାୟକ ଓ ସରୋଜ ମେହେର ସ୍ବରଚିତ କବିତା ମାଧ୍ୟମରେ ସ୍ଵଭାବ କବିଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ ଜଣାଇଥିଲେ। କ୍ରୀଡା ଅଧ୍ୟାପକ ପଟେଲ ଅଭିଯାନର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ। ପ୍ରାରମ୍ଭରେ ଅନ୍ତର୍ଯ୍ୟାତିକ ଖ୍ୟାତି ସଂପନ୍ନ ସାହିତ୍ୟିକ ପଦ୍ମଶ୍ରୀ ଜୟନ୍ତ ମହାପାତ୍ର ଓ ସାହିତ୍ୟିକ ଡ଼.କିରଣ ବାଲା ରଥଙ୍କ ବିୟୋଗରେ ତାଙ୍କ ଅମର ଆତ୍ମାର ସଦଗତି ପାଇଁ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ଅତିଥି ଓ ଉପସ୍ଥିତ ଶୁଦ୍ଧି ମଣ୍ଡଳୀ ସ୍ଵଭାବ କବି ଗଙ୍ଗାଧରଙ୍କ ତୈଳ ଚିତ୍ରରେ ପୁଷ୍ପ ପ୍ରଦାନ ପୂର୍ବକ ଶ୍ରଦ୍ଧାଂଜଳି ଜ୍ଞାପନ କରିଥିଲେ। ଶେଷରେ ସଂଯୋଜକ ରମେଶ କିଶନ ଧନ୍ୟବାଦ ଅର୍ପଣ କରିଥିଲେ।