ଉଲୁଣ୍ଡା ଥାନାରେ ଆମ ପୋଲିସ ସମିତି ବୈଠକ


ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନାରେ ରେ ଗୁରୁବାର ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଇଆଇସି ପଞ୍ଚାନନ ନାଏକ ଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକ ରେ ଆଜି ବିଭିନ୍ନ ପ୍ରକାର ସୁବିଧା ଅସୁବିଧା ଉପରେ ଆଲୋଚନା କରାଯାଇଥିଲା । ବିଷେଶ କରି ଏସ ପତ୍ରାପାଲି ଏବଂ ଉଲୁଣ୍ଡା ରୁ ପାତାଳି ଶ୍ରୀକ୍ଷେତ୍ର ରାସ୍ତାରେ କଡାକଡି ପେଟ୍ରୋଲିଙ୍ଗ ସହିତ ସଚେତନତା ସୃଷ୍ଟି ପାଇଁ ପ୍ରତ୍ଯକ ପଞ୍ଚାୟତ କାର୍ଯ୍ଯାଳୟରେ ଆମ ପୋଲିସ ସମିତି ବୈଠକ ପାଇଁ ଦାବି କରାଯାଇଥିଲା । ତେବେ ଆସନ୍ତା ମାସରେ ଉଲୁଣ୍ଡା ପଂଚାୟତ କାର୍ଯ୍ୟାଳୟ ଠାରେ ଆମ ପୋଲିସ ସମିତି ବୈଠକ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି । ଏହି କାର୍ଯ୍ୟକ୍ରମରେ ଉଲୁଣ୍ଡା ଥାନାର ସମସ୍ତ କର୍ମଚାରୀ ସାମିଲ ହୋଇଥିବା ବେଳେ ଅନେକ ପଞ୍ଚାୟତର ସରପଂଚ ଙ୍କ ସମେତ ବହୁ ସଚେତନ ନାଗରିକ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।