କେନ୍ଦୁଝରଗଡ଼ : ୦୧/୦୯ : କେନ୍ଦୁଝର କଳାକାର ପ୍ରସ୍ତୁତ କଲେ ରାକ୍ଷୀ ଗୀତ” ।।ରିଲରେ ରିୟଲ ଭାଇ ଭଉଣୀଙ୍କ ଅଭିନୟ । ଭାଇ ଭଉଣୀ ଚରିତ୍ରରେ ଅଭିନୟ କରିଥବା ୨୪ ଜଣ ଅଭିନେତା/ଅଭିନେତ୍ରୀ ଅସଲ ଜୀବନରେ ମଧ୍ୟ ଭାଇ ଭଉଣୀ । ଗୀତର ପ୍ରଚାର ଦାୟିତ୍ୱ ନିର୍ବାହ କଲା “କେନ୍ଦୁଝର ଖବର” । ଜିଲ୍ଲାର ଅଗ୍ରଣୀ ଫିଲ୍ମ ନିର୍ମାଣ ଓ ପ୍ରଯୋଜନା ସଂସ୍ଥା “କେନ୍ଦୁଝରି ମୋସନ ପିକ୍ଚର୍ସ” ଏଥର ପବିତ୍ର ରାକ୍ଷୀ ପୂର୍ଣ୍ଣିମାରେ ଏକ ରାକ୍ଷୀ ଗୀତକୁ ରିଲିଜ କରିଛନ୍ତି। ବଲିଉଡ ଗାୟିକା ଶ୍ରେୟା ଘୋଷାଲ ସ୍ୱର ଦେଇଥିବା ଉକ୍ତ ଗୀତଟି ମନ ମୁଗ୍ଧକର ଏବଂ ଏହା ସବୁ ବର୍ଗ ଓ ବୟସର ଦର୍ଶକଙ୍କ ମନକୁ ଛୁଇଁବ ବୋଲି ଏହାର ନିର୍ଦ୍ଦେଶକ ଦୁର୍ଗାପ୍ରସାଦ ମଲ୍ଲିକ ଏବଂ ସମ୍ପାଦକ ରାହୁଲ ବେହେରା ଆଶା ପୋଷଣ କରିଛନ୍ତି। ଗୀତଟିରେ କେନ୍ଦୁଝର ଓ ରାଜ୍ୟର ୨୪ ଜଣ ଉଦୀୟମାନ କଳାକାର ଅଭିନୟ କରିଛନ୍ତି। ଗୀତଟିର ମୁଖ୍ୟ ବିଶେଷତ୍ୱ ହେଉଛି ଗୀତଟିରେ ଅଭିନୟ କରିଥିବା ଗୁଡ଼ଲି-ଦିଲ୍ଲୀପ, ମୋନାଲିସା-ସୌଭାଗ୍ୟ, ଦିବ୍ୟା°ଶା-ଶୋଭନ, ରାନୁ-ସ୍ବୟଂଶୁ, ସନ୍ତୋଷିନୀ-ଜ୍ୟୋତି, ଦୀପ୍ତି-ଆୟୁଷ, ସରୋଜିନୀ-ରାଜା, ଦିବ୍ୟା°ଶୀ-ପ୍ରୀତମ, ତନିଷ୍କା-ତନ୍ମୟ, ରୋଜାଲିନ-ସିପୁନ, ଅନ୍ୱେଷା-ଅସ୍ମିତ, ଏବଂ ଦିଶା-ଋଷି ପ୍ରକୃତ ଜୀବନରେ ଭଉଣୀ ଓ ଭାଇ। ଗୀତଟିର ସଫଳତାକୁ ନେଇ ଘଟଗାଁ-ରାଇସୁଆଁର ନିର୍ଦ୍ଦେଶକ ଓ ସମ୍ପାଦକ ଯୋଡ଼ି ଦୁର୍ଗାପ୍ରସାଦ ଓ ରାହୁଲ ଆଶାବାଦୀ ରହିଥବା ବେଳେ କେନ୍ଦୁଝର ଖବର ଗୀତଟିର ପ୍ରଚାର କରୁଥିବା ସୂତ୍ରରୁ ପ୍ରକାଶ ।