ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅନ୍ତର୍ଗତ କୋଟସମଲାଏ ସ୍ଥିତ ପ୍ରସିଦ୍ଧ ପାତାଳୀ ଶ୍ରୀକ୍ଷେତ୍ର ହୁଣ୍ଡିରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି l ସୁଚନାମତେ ପାତାଳୀ ଶ୍ରୀକ୍ଷେତ୍ର ସ୍ଥିତ ଛଳିଆ ପାହାଡ ଗୁମ୍ଫା ଭିତରେ ଥିବା ହୁଣ୍ଡିରୁ କେତେକ ବାଳକ ଚୋରି କରୁଥିଲେ l ପାହାଡ ରେ ଥିବା ଗୁମ୍ଫା ବୁଲି ଦେଖିବାକୁ କେତେକ ପର୍ଯ୍ୟଟକ ଯାଉଥିବା ବେଳେ ଚୋରି କରୁଥିବାର ଦେଖିଲେ l ସେମାନେ ତୁରନ୍ତ ମନ୍ଦିର ରେ ଥିବା କମିଟି କୁ ଖବର ଦେଇଥିଲେ l ମନ୍ଦିର ପରିଚାଳନା କମିଟି ର ସଦସ୍ୟମାନେ ସେଠାକୁ ଯାଇ ଚୋର ମାନକୁ ଧରିବାକୁ ଚେଷ୍ଟା କରିଥିଲେ l ଚୋର ମାନଙ୍କ ମଧ୍ୟରୁ କେତେଜଣ ଫେରାର ମାରିଥିବା ବେଳେ ଦୁଇ ଜଣ ଙ୍କୁ ଧରିଥିଲେ l ଉକ୍ତ ଦୁଇଜଣ କୁ ପୋଲିସ ରେ ଜିମା ଦେଇଥିଲେ ମନ୍ଦିର ପରିଚାଳନା କମିଟି l ଧରା ପଡ଼ିଥିବା ଉକ୍ତ ଦୁଇ ଜଣ ନାବାଳକ ହୋଇଥିବା ବେଳେ ପୋଲିସ ଉଭୟ ଙ୍କୁ ଅଟକ ରଖି ପଚରା ଉଚରା ଜାରି ରଖିଛି l ସୁଚନା ଯୋଗ୍ୟ ପାତାଳୀ ଶ୍ରୀକ୍ଷେତ୍ର ରୁ ବାରମ୍ବାର ଚୋରି ହେଉଥିବା ନେଇ ପୂର୍ବରୁ ଥାନା ରେ ଅଭିଯୋଗ ହେଉଥିଲା l
ପାତାଳୀ ଶ୍ରୀକ୍ଷେତ୍ର ରୁ ଚୋରି ଅଭିଯୋଗ ରେ ଦୁଇ ନାବାଳକ ଥାନାରେ ଅଟକ
