ବୀରମହାରାଜପୁର କଲେଜ ରେ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର କଲେଜରେ ଯୁକ୍ତ ଦୁଇ ଛାତ୍ରଛାତ୍ରୀ ମାନଙ୍କ ଏକ ସ୍ଵାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇ ଯାଇଛି I ଜାତୀୟ ସ୍ୱାସ୍ଥ୍ୟ ମିଶନ, ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଆନୁକୂଲ୍ୟରେ ରାଷ୍ଟ୍ରୀୟ ବାଲ ସୁରକ୍ଷା କାର୍ଯ୍ୟକ୍ରମ ଅନୁସାରେ ଏହି ଶିବିର ଆୟୋଜିତ ହୋଇଥିଲା l ଉକ୍ତ ଶିବିରରେ ସମୁଦାୟ ୯୨ ଜଣ ଛାତ୍ରଛାତ୍ରୀ ଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ଆବଶ୍ୟକ ପରାମର୍ଶ ଦିଆଯାଇଥିଲା I କଲେଜର ଭାରପ୍ରାପ୍ତ ଅଧକ୍ଷ ଡ. ହିମାଂଶୁ ଶେଖର ପାଢ଼ୀ ଏହାକୁ ଅନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ I ମିଶନର ଡା. ସ୍ନିଗ୍ଧା ସ୍ମିତା ସାହୁ ଓ ଡ଼ା. ଅମିତ କୁମାର ମୁଦୁଲି ସ୍ୱାସ୍ଥ୍ୟ ପରୀକ୍ଷା କରିଥିବା ବେଳେ ସସ୍ମିତା ପୁରୋହିତ ଓ କୋଲ୍ଲୀ ଲକ୍ଷ୍ମୀ ସହଯୋଗ କରିଥିଲେ I