Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଚାଷିଙ୍କୁ ପ୍ରାଣୀ ଚିକିତ୍ସକ ଙ୍କ ଦୁର୍ବ୍ୟବହାର ଅଭିଯୋଗ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ପ୍ରାଣୀ ଚିକିତ୍ସାଳୟ ରେ ଜଣେ ଚାଷୀ ଙ୍କୁ କାର୍ଯ୍ୟରତ ପ୍ରାଣୀ ଚିକିତ୍ସକ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି I ଅଭିଯୋଗ ଅନୁସାରେ ଜଣାଯାଇଛି ଯେ , ବୀରମହାରାଜପୁର ବ୍ଲକ ଚମ୍ପାମାଳ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପାଲି ଗାଁ ର ଦାମୋଦର ହୋତା ନାମକ ଗୋ – ଚାଷୀ ନିଜ ଗାଈର କୃମି ସମସ୍ୟା ନେଇ ଶୁକ୍ରବାର ସ୍ଥାନୀୟ ପ୍ରାଣୀ ଚିକିତ୍ସାଳୟ କୁ ଯାଇଥିଲେ I ସେଠାରେ ସେ କାର୍ଯ୍ୟରତ ବି ଭି ଓ ବିଷ୍ନୁ ପ୍ରସାଦ ଚୌଧୁରୀ ଙ୍କୁ ଜଣାଇଥିଲେ I ହେଲେ ମଦପିଇ ମାତାଲ ଅବସ୍ଥାରେ ଥିବା ବି ଭି ଓ ଉତକ୍ଷିପ୍ତ ହୋଇ ଚାଷୀ ଶ୍ରୀ ହୋତା ଙ୍କୁ ଗାଳିଗୁଲଜ କରିଥିଲେ I ଅନ୍ୟ କର୍ମଚାରୀ ମାନେ ତାଙ୍କୁ ବାରଣ କରିଥିଲେ ହେଁ ସେ ମାତାଲ ଅବସ୍ଥାରେ ଥିବାରୁ କାହାରି କଥା ଶୁଣି ନ ଥିଲେ I ପରେ ଚାଷୀ ଜଣକ ଅପମାନିତ ହୋଇ ସେଠାରୁ ପଳେଇ ଆସି ଉକ୍ତ ଘଟଣା ସମ୍ପର୍କରେ ଜିଲ୍ଲା ଭେଟିନାରୀ ଅଫିସରଙ୍କ ପାଖରେ ଲିଖିତ ଅଭିଯୋଗ କରିଥିଲେ l ଏଇ ଭଳି ଭାବରେ ନିତିଦିନ ମଦ ପିଇ ମାତାଲ ଅବସ୍ଥାରେ ବି ଭି ଓ ଡାକ୍ତର ଖାନା କୁ ଆସୁଥିବା ଅଭିଯୋଗ ହୁଏ I ଉଚ୍ଚ କର୍ତୃପକ୍ଷ ଏହାର ତୁରନ୍ତ ସ୍ଥାୟୀ ପ୍ରତିକାର ପାଇଁ ସାଧାରଣ ରେ ଦାବୀ ହୁଏ I