Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅଵସର ନେଇ ଗାଁ ଙ୍କୁ ଫେରିବା ପରେ ଯବାନ ଙ୍କୁ ଗାଁ ରେ ସ୍ୱାଗତ ସମ୍ବର୍ଦ୍ଧନା ଦେଲେ ଗ୍ରାମବାସୀ।

କୋକସରା:୦୨/୯ ଦେଶ ସେବା ପାଇଁ ସମର୍ପିତ ଜଣେ ସିଆରପିଏଫ ଯବାନ ଅବସର ନେଇ ଗାଁ କୁ ଫେରିବା ପରେ ଗ୍ରାମବାସୀ ତରଫରୁ କୁଣ୍ଡିଗୁଡା ଛକ ରୁ ଏକ ବାଇକ ରେଲି ରେ ଯବାନ ଙ୍କୁ ତାଙ୍କୁ ଭବ୍ୟ ସ୍ବାଗତ ସମର୍ଦ୍ଧନ ଦିଆଯାଇଛି। ଗାଁ ରେ ପହଞ୍ଚିବା ପରେ ଗ୍ରାମବାସୀ ମାନେ ଯବାନ ଙ୍କୁ ପ୍ରଥମେ ଗାଁ ମୁଣ୍ଡରୁ ଫୁଲତୋଡା ଦେଇ ବାଜାଗଜା ବଜାଇ ସ୍ବାଗତ ସମର୍ଦ୍ଧନା କରିଥିଲେ।ଏଭିଲି ଦୃଶ୍ୟ ଦେଖିବାକୁ ମିଳିଛି ଜୟପାଟଣା ବ୍ଲକ ଉପାନ୍ତ ଅଞ୍ଚଳ ରେ ଥିବା ପୁଝାରିଗୁଡା ପଂଚାୟତ ସୁବିଗୁଡା ଗ୍ରାମର ଯୁବକ ତ୍ରିଲୋଚନ ଧ. ମାଝୀ ୨୦୦୩ ମସିହ।ରେ ଭୁବନେଶ୍ୱର ୧୪୬ ବାଟାଲିୟନ ରେ ଟ୍ରେନିଂ କରିବା ପରେ ସିଆରପିଏଫ୍ ଯବାନ ଭାବେ ୭୯ ବାଟାଲିୟନ ଶ୍ରୀନଗର,ଜାମ୍ମୁ, ତ୍ରିପୁରା,ସୁକମା ଓ ନୂଆଦିଲ୍ଲୀ ରେ ଦେଶସେବା ରେ ରହି ଗତ ୩୧ ଅଗଷ୍ଟ ରେ ରିଟଆରମେଣ୍ଟ ନେବାପରେ ଶନିବାର ନିଜ ଗାଁ କୁ ଫେରିବା ପରେ ଗ୍ରାମବାସୀ ମାନେ ଉତ୍ସାହ ର ସହିତ ତାଙ୍କୁ ସ୍ବାଗତ ସମର୍ଦ୍ଧନ ଦେଇ ଗାଁ ସାରା ପରିକ୍ରମା ପରେ ତାଙ୍କୁ ନିଜ ଘର କୁ ନେଇ ପହଞ୍ଚାଇବା ପରେ ଏକ ଭାବ ବିହ୍ଵଳ ପରିବେଶ ଦେଖା ଦେଇଥିଲା। ଏହି ଅବସର ରେ ଏକ ସମ୍ବର୍ଦ୍ଧନା ସଭା ଆୟୋଜନ ହୋଇଥିବା ବେଳେ ଗ୍ରାମର କେଶବ ଧ.ମାଝୀ, ରୋହିତ ସାହୁ, ଜୟଲାଲ ସୁନାନୀ, ଉମା ଶଙ୍କର ଧ. ମାଝୀ, ରଣସାଏ ପାତ୍ର, ଭଦ୍ର ଧ. ମାଝୀ, ହରି ନାଏକ ,ପୁର୍ବତନ ସରପଞ୍ଚ ଉଦ୍ଧବ ଛାତ୍ରୀଆ, ପୁର୍ଣ ନାଏକ, ଆଶାରାମ ନାଏକ, ସତ୍ୟ ନାଏକ ପ୍ରମୁଖ ଉପସ୍ଥିତ ରହି ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ।ଦେଶସେବା କରି ଫେରିଛି ଏବେ ନିଜ ଗାଁ ମାଟି ର ସେବା କରିବି ବୋଳି ଯବାନ କହିଛନ୍ତି।