Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦକ୍ଷଣିପାଲି ରେ ତୃଣମୂଳ ହକି ପ୍ରଶିକ୍ଷଣ କେନ୍ଦ୍ର ଉଦଘାଟିତ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ଦକ୍ଷିଣିପାଲି ଠାରେ ଶନିବାର ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ନାଭାଲ ଟାଟା ହକି ଏସିଇ ଫାଉଣ୍ଡେସନ ର ମିଳିତ ସହଯୋଗରେ ତୃଣମୂଳ ହକି ପ୍ରଶିକ୍ଷଣ କେନ୍ଦ୍ର ଉଦଘାଟିତ ହୋଇଯାଇଛି । ଶୁକ୍ରବାର ହକି ଇଣ୍ଡିଆ ସଭାପତି ଦିଲ୍ଲୀପ ତିର୍କୀ ମୁଖ୍ୟ ଅତିଥ୍‌ ଭାବେ ଯୋଗଦାନ ପୂର୍ବକ ଜିଲ୍ଲା ର ଏହି ତୃଣମୂଳ ହକି ପ୍ରଶିକ୍ଷଣ କେନ୍ଦ୍ରକୁ ଭିଡିଓ କନଫରରେନସିଙ୍ଗ ମାଧ୍ୟମରେ ଉଦଘାଟନ କରିଥିଲେ l ଆଭାସୀ ଜରିଆରେ ଅନୁଷ୍ଠିତ ଉଦଘାଟନୀ କାର୍ଯ୍ୟକ୍ରମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ରାଷ୍ଟ୍ରୀୟ ସୂଚନା ଓ ବିଜ୍ଞାନ କେନ୍ଦ୍ରର ଭିସି ରୁମରେ ଅନୁଷ୍ଠିତ ହୋଇଥିବା ବେଳେ ଜିଲ୍ଲାପାଳ ସୁବର୍ଣ୍ଣପୁର ବିମଲେନ୍ଦୁ ରାୟ ସମେତ ଏଡିଏମ ସୂର୍ଯ୍ୟନାରାୟଣ ଦାସ , ଏଡିଏମ ଅଞ୍ଜଳିନା ପ୍ରଧାନ , ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇ , ଜିଲ୍ଲା କ୍ରୀଡା ଅଧିକାରୀ ଚିତ୍ତରଞ୍ଜନ ମିଶ୍ର , ପ୍ରମୁଖ କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ l ତେବେ ଆଜି ଉକ୍ତ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ଦକ୍ଷିଣିପାଲି ଠାରେ ତୃଣମୂଳ ହକି ପ୍ରଶିକ୍ଷଣ କେନ୍ଦ୍ରର ଉଦଘାଟନୀ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀଯୁକ୍ତ ବିମଳେନ୍ଦୁ ରାୟ , ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପ୍ରଧାନ , ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇ , ଉଲୁଣ୍ଡା ବିଡିଓ କରିସ୍ମା ବେଶ୍ରା , ଜିଲ୍ଲା କ୍ରିଡା ଅଧିକାରୀ ଚିତ୍ତରଞ୍ଜନ ମିଶ୍ର , ରାଜ୍ଯ ତଥା ଜିଲ୍ଲା ହକି ସଂଘ ସଦସ୍ୟ ଅଧ୍ଯାପକ ରାମ କୁମାର ସାହୁ , ସ୍ଥାନୀୟ ସରପଂଚ ପ୍ରଦୀପ ଦେହେରୀ , ଖେଳପ୍ରେମୀ ସନ୍ତୋଷ ଭୁକ୍ତା , ବୁଆଷ ଗୁଡିଆ , ସରୋଜ ମେହେର , ଶମ୍ଭୁରାଜ କର୍ଣ୍ଣ ୱାର୍ଡ୍ ସଭ୍ଯ ସୁରଥ କୁମ୍ଭାର ସମେତ ଅଞ୍ଚଳ ର ଶତାଧିକ ଖେଳପ୍ରେମୀ ଓ ଗ୍ରାମବାସୀ ଉପସ୍ଥିତ ରହିଥିଲେ । ଅତିଥି ବୃନ୍ଦ ରାଜ୍ୟରେ ହକି କ୍ରୀଡ଼ାର ତୃଣମୂଳ ସ୍ତରରେ ଉନ୍ନତି ସମ୍ପର୍କରେ ବକ୍ତବ୍ୟ ରଖିବା ସହ ଜିଲ୍ଲାର ଦକ୍ଷିଣିପାଲି ତୃଣମୂଳ ହକି ପ୍ରଶିକ୍ଷଣ କେନ୍ଦ୍ରଦ୍ୱାରା ଜିଲ୍ଲାର ଶତାଧିକ ହକି ଖେଳାଳିଙ୍କୁ ପ୍ରଶିକ୍ଷଣ ଦିଆଯିବା ସହିତ ହକି ଖେଳ ପ୍ରତି ଅନେକ ନୂତନ ସମ୍ଭାବନା ସୃଷ୍ଟି ହୋଇପାରିବ ବୋଲି ଜିଲ୍ଲାପାଳ ଶ୍ରୀ ରାୟ ସୂଚନା ଦେଇଛନ୍ତି। ପରେ ପରେ ଦକ୍ଷିଣିପାଲି ହକି ପଡିଆରେ ଏକ ବନ୍ଧୁତ୍ୱପୂର୍ଣ୍ଣ ହକି ମ୍ଯାଚ ସ୍ଥାନୀୟ ହକି ଖେଳାଳିଙ୍କ ମଧ୍ୟରେ ଅନୁଷ୍ଠିତ କରାଯାଇଥିଲା ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ