Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଓଡ଼ିଶା ପରିବେଶ ସମିତି ଦ୍ଵାରା ଓମ୍ ସାଇ ଇନଷ୍ଟଚ୍ୟୁଟରେ ରେ ବୃକ୍ଷରୋପଣ

ଗୋପାଳପୁର ୨/୯ ଓଡ଼ିଶା ପରିବେଶ ସମିତି ଏଵଂ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ମିଳିତ ଆନୁକୂଲ୍ୟରେ ନାରାୟଣପୁର ସ୍ଥିତ ଓମ୍ ସାଇ ଇନଷ୍ଟଚ୍ୟୁଟରେ ବୃକ୍ଷରୋପଣ କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା।ବଉଳ, ଅଶୋକ, ଚମ୍ପା, କରଞ୍ଜ, ଅର୍ଜୁନ, ପଣସ, ପିଜୁଳି, ସୁନାରି, ସୀତା ଫଳ, କଦମ୍ବ, ଓଉ, ଶିସୁ,କୃଷ୍ଣଚୂଡ଼ା , କଇଠ ଇତ୍ୟାଦି ୨୦୦ ପ୍ରକାର ଦେଶୀ ଗଛ ଚାରା ରୋପଣ କରାଗଲା।ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଭୁବନେଶ୍ୱର ସ୍ଥିତ ମୁଖ୍ୟ କାର୍ଯ୍ୟାଳୟ ର ପୃଷ୍ଠପୋଷକତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା।ଓମ୍ ସାଇ ଇନଷ୍ଟଚ୍ୟୁଟ ର ପ୍ରଶାସନିକ ଅଧିକାରୀ ମୁରଲୀ ପାଢ଼ୀ ସଭାପତିତ୍ଵରେ ଏକ ସଭା ଆୟୋଜନ କରାଯାଇଥିଲା। ମୁଖ୍ୟ ଅତିଥି ଭାବେ ପ୍ରଫେସର୍ ଶିବ ପ୍ରସାଦ ଦାସ ଯୋଗ ଦେଇଥିଲେ। ଅଧକ୍ଷ ସୁଶିଲ କୁମାର କlଣ୍ଡି ଧନ୍ୟବାଦ୍ ଅର୍ପଣ କରିଥିଲେ।ଓଡ଼ିଶା ପରିବେଶ ସମିତି ର ଯୁଗ୍ମ ସଚିବ ଇଞ୍ଜିନିୟର ମନୋରଞ୍ଜନ ମିଶ୍ର ଏଵଂ ଆଜୀବନ ସଭ୍ୟ ସୁକାନ୍ତ ପଟ୍ଟନାୟକଙ୍କ ସକ୍ରିୟ ସହଯୋଗରେ ଏହି କାର୍ଯକ୍ରମ ଆୟୋଜନ କରାଯାଇଥିଲା।ଶିକ୍ଷକ ଶିକ୍ଷୟିତ୍ରୀ ବୃନ୍ଦ ତଥା ଛାତ୍ର ଛାତ୍ରୀ ମାନେ ସମ୍ମିଳିତ ହୋଇ ୨୦୦ ଟି ଚାରା ଗଛ ଲଗାଇ ବୃକ୍ଷରୋପଣ କାର୍ଯକ୍ରମ ଟିକୁ ସଫଳ କରିଥିଲେ। ବିଦ୍ୟାଳୟ କତୃପକ୍ଷ ଗଛ ଗୁଡ଼ିକର ଯତ୍ନ ନେବା ପାଇଁ ପ୍ରତିଶ୍ରୁତି ବଦ୍ଧ ରହିବେ ବୋଲି ଆଶ୍ଵାସନା ଦେଲେ।ସମ୍ପ୍ରତି ବିଶ୍ଵ ପରିବେଶର ଉତ୍ତାପ ବୃଦ୍ଧି ଓ ଜଳବାୟୁ ପରିବର୍ତ୍ତନ ପରିପ୍ରେକ୍ଷୀରେ ବ୍ୟାପକ ବୃକ୍ଷ ରୋପଣ ର ମହତ୍ତ୍ଵ ଉପରେ ଆଲୋକପାତ କରାଯାଇ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଗଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories