ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତି ପାଳିତ


ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ସ୍ଥାନୀୟ ସପ୍ତଦୀପା ସାହିତ୍ୟ ସଂସଦର ୧୧୨ତମ ଭ୍ରାମ୍ୟମାଣ ସାରସ୍ଵତ ଆସର ମଧ୍ୟ ପାଳିତ ହୋଇଥିଲା । ସଂସଦର ସଭାପତି ଦ୍ଵୀତିକୃଷ୍ଣ ପଣ୍ଡାଙ୍କ ପୌରୋହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ଥାନୀୟ ବରିଷ୍ଠ ନାଗରିକ ସଂଗଠନର ସଭାପତି ତଥା ପୂର୍ବତନ ଉଚ୍ଚ ଶିକ୍ଷା ପରାମର୍ଶଦାତା ଡ.ପ୍ରଫୁଲ୍ଲ ରଥ ମୁଖ୍ୟ ଅତିଥି , ବିନିକା ସିଦ୍ଧାର୍ଥ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟାପକ ହରିଶ୍ଚନ୍ଦ୍ର ହୋତା ମୁଖ୍ୟ ବକ୍ତା , ଗବେଷକ ଡ. ଅନିରୁଦ୍ଧ କୁରୁକୁରିଆ ଅନ୍ୟତମ ବକ୍ତା ଭାବେ ଯୋଗ ଦେଇଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିରଞ୍ଜନ ଦାଶ ସ୍ବାଗତ ସମ୍ଭାଷଣ ଜଣେଇ ଥିଲେ । ଅତିଥିମାନେ ଗଙ୍ଗାଧରଙ୍କ ସାହିତ୍ୟ କୃତି ଉପରେ ଆଲୋଚନା କରିବାକୁ ଯାଇ ତାଙ୍କ ସାହିତ୍ୟରେ ଭକ୍ତି , ପ୍ରକୃତି ଓ ସଂସ୍କୃତିର ଅଦ୍ଭୁତପୂର୍ବ ଦର୍ଶନ ଦେଖିବାକୁ ମିଳିଥାଏ ବୋଲି କହିଥିଲେ । ବିଦ୍ୟାଳୟର ଛାତ୍ରମାନଙ୍କ ଦ୍ଵାରା ‘ବିଶ୍ଵ ଦେଖ ମଧୁମୟରେ’ ସଙ୍ଗୀତ ଗାନ କରାଯାଇଥିଲା । କାର୍ଯ୍ୟକ୍ରମର ଦ୍ଵିତୀୟ ପର୍ଯ୍ୟାୟରେ କବି ଲକ୍ଷ୍ମୀନାରାୟଣ ସାହୁ ଓ ଯୁଧିଷ୍ଠିର ଖମାରୀଙ୍କ ସଂଯୋଜନାରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା । କମ୍ଭୁଧର ସୁନା , ଜଳଦେବ ବେରିହା , ଧର୍ମକୁମାର ଶତପଥୀ , ବଳରାମ ଦାସ , ଯୁଗଳ ମିଶ୍ର , ସତ୍ୟ ଚାନ୍ଦ , ହରିହର ସିଂହବାବୁ , ବିଜୟ ହୋତା , ଆନନ୍ଦ ପ୍ରଧାନ , ପ୍ରହଲ୍ଲାଦ ନାଏକ , ବାସୁଦେବ ରଥ , ଅନ୍ତର୍ଯ୍ୟାମୀ ରଥ , ଭଗବାନ ବାଘ , ଧ୍ରୁବଚରଣ କ୍ଷେତି , ଶ୍ୟାମ ହୋତା ପ୍ରମୁଖ କବିତା ପାଠ କରିଥିଲେ । ଶେଷରେ ଶିକ୍ଷକ ଅଶୋକ କର ଧନ୍ୟବାଦ ଅର୍ପଣ କରିଥିଲେ ।