Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ସୁବର୍ଣ୍ଣପୁର ଜିଲ୍ଲା ସିନିଅର ଫୁଟବଲ୍ ଲିଗ୍ ର ପ୍ରଥମ ଦିନରେ ଫୁଲଚରା , ଜଟେସିଂହା ସେମି ଫାଇନାଲ ରେ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ ବିଜୁ ପଟ୍ଟନାୟକ ମିନି ଷ୍ଟାଡିଅମ ଠାରେ ଜିଲ୍ଲା ସିନିଅର ଫୁଟବଲ ଲିଗ ଉଦଘାଟିତ ହୋଇଯାଇଛି l ଦୁଇଦିନ ଧରି ହେବାକୁଥିବା ଏହି ମ୍ୟାଚ କୁ ପୂର୍ବତନ ଖେଳାଳି ଅର୍ଜୁନ ପ୍ରସାଦ ହୋତା ଅତିଥି ଭାବେ ଯୋଗଦେଇ ଶୁଭାରମ୍ଭ କରିଥିଲେ l ସମ୍ମାନିତ ଅତିଥି ଭାବରେ ସ୍ୱେଚ୍ଛାସେବୀ କିଶୋର ହୋତା , ଖେଳ ଶିକ୍ଷକ କିଶୋର ମୋହନ ଡାଙ୍ଗ ପ୍ରମୁଖ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ l ଉଦଘାଟନୀ ମ୍ୟାଚ ଟି ସୁବଳୟା ଓ ଫୁଲଚରା ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ଏଥିରେ ଫୁଲଚରା ସୁବଳୟା କୁ ୧-୦ ଗୋଲରେ ହରାଇ ପ୍ରଥମ ଦଳ ଭାବେ ସେମି ଫାଇନାଲ ରେ ପ୍ରବେଶ କରିଛି l ଦ୍ଵିତୀୟ ମ୍ୟାଚ୍ ଟି ଲାତୁରପେଟ ଏବଂ ବଙ୍କିଆ ମଧ୍ୟରେ ହୋଇଥିଲା l ଏଥିରେ ବଙ୍କିଆ ୧-୦ ଗୋଲରେ ବିଜୟୀ ହୋଇଥିଲା l ତୃତୀୟ ମ୍ୟାଚ୍ ରେ ହିଲୁଙ୍ଗ ଦଳ ୱାକଭର ପାଇ କ୍ୱାର୍ଟର ରେ ପ୍ରବେଶ କରିଛି l ପୁଲ – ବି ର ପ୍ରଥମ ମ୍ୟାଚ ରେ ବୀରମହାରାଜପୁର କୁ ଟ୍ରାଇବ୍ରେକର ରେ ୩-୨ ଗୋଲ ରେ ହରାଇ ଜଟେସିଂହା ସେମିଫାଇନାଲ ରେ ପ୍ରବେଶ କରିଛି l ପରବର୍ତ୍ତୀ ମ୍ୟାଚ ରେ ଲାତୁରପେଟ – ବି ଦଳ କାନପୁର କୁ ୨-୦ ଗୋଲ ରେ ହରାଇ କ୍ୱାର୍ଟର ରେ ପହଞ୍ଚିଛି l ରବିବାର ବାକି ସମସ୍ତ ମ୍ୟାଚ ସହିତ ସେମି ଫାଇନାଲ ଓ ଫାଇନାଲ ମ୍ୟାଚ ହେବ l
ସୁବର୍ଣ୍ଣପୁର ଜିଲ୍ଲା କ୍ରୀଡା ସାଧାରଣ ସମ୍ପାଦକ ପିୟୁଷ କୁମାର ପଣ୍ଡା ଙ୍କ ପ୍ରତ୍ୟକ୍ଷ ତ୍ବତାବଧାନ ରେ ଚାଲିଥିବା ଉକ୍ତ ମ୍ୟାଚ ଅଜିତ କୁମାର ମ୍ୟାଚ କମିଶନର ଭାବେ ପରିଚାଳନା କରିଥିଲେ l ପ୍ରଶାନ୍ତ ସେଠି , ସିଦ୍ଧାର୍ଥ ପାତ୍ର , ପ୍ରଶାନ୍ତ ଷlଣ୍ଢ , ଶ୍ରବଣ ବିଶ୍ୱାଳ ମ୍ୟାଚ ରେଫରୀ ଭାବରେ ପରିଚାଳନା କରିଥିଲେ l ଉକ୍ତ ମ୍ୟାଚ ରେ କିଶୋର କୁମାର ହୋତା ଓ ନରେଶ କାଣ୍ଡ ଧାରା ବିବରଣୀ ପ୍ରଦାନ କରିଥିଲେ l