ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ ସରକାରୀ ବାଳିକା ହାଇସ୍କୁଲର ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ ହୋଇ ଯାଇଛି l ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଅନିତାରାଣୀ ହୋତା ଙ୍କ ପୋରୋହିତ୍ୟରେ ଅନୁଷ୍ଠିତ ଜୟନ୍ତୀ ସମାରୋହରେ ସୋନପୁର କଲେଜ ର ଓଡ଼ିଆ ବିଭାଗୀୟ ଅଧ୍ୟାପକ ତଥା ମହାନଦୀ ସାହିତ୍ୟ ସଂସଦ ର ସମ୍ପାଦକ ଡ. ସୌରଭ ରଞ୍ଜନ ଖମାରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ବଗବର ୟୁପି ସ୍କୁଲ ର ପ୍ରଧାନ ଶିକ୍ଷକ ତଥା ସପ୍ତଦୀପା ସାହିତ୍ୟ ସଂସଦ ର ଉପସଭାପତି ଲକ୍ଷ୍ମୀନାରାୟଣ ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଗଙ୍ଗାଧର ସାହିତ୍ୟ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ l ଏହି ଅବସର ରେ ଅତିଥିମାନେ ଉପସ୍ଥିତ ଛାତ୍ରୀମାନଙ୍କୁ ପ୍ରତ୍ୟହ ନିଜ ନିଜ ବିଷୟରେ କିଛି ଲେଖାଲେଖି କରିବା କୁ ପରାମର୍ଶ ଦେବା ସହିତ ଗଙ୍ଗାଧର ମେହେର ଙ୍କ କାବ୍ୟ କବିତା ଉପରେ ରୁଚି ରଖିବାକୁ ପରାମର୍ଶ ଦେଇଥିଲେ l ଏହି ଅବସରରେ ଛତ୍ରୀମାନଙ୍କ ଦ୍ଵାରା ହାତତିଆରି ରାକ୍ଷୀ ତିଆରି କରି ବୃକ୍ଷ ରେ ରାକ୍ଷୀ ବାନ୍ଧିଥିଲେ l ଅରୁନ୍ଧତୀ ମଲ୍ଲିକ ଅତିଥି ପରିଚୟ ପ୍ରଦାନ କରିଥିଲେ ଓ ନମିତା ଡାଙ୍ଗ ସ୍ବାଗତ ଭାଷଣ ଦେଇଥିଲେ l କାର୍ଯ୍ୟକ୍ରମ ରେ ଶିକ୍ଷୟିତ୍ରୀ ଏସ.ଏସ. ପ୍ରିୟଦର୍ଶିନୀ ମଞ୍ଚ ପରିଚାଳନା କରିଥିବା ବେଳେ ଅନନ୍ଦଦୟିନୀ ସିଂ ଧନ୍ୟବାଦ ଅର୍ପଣ କରିଥିଲେ l ଆକାଶ ବେହେରା , ରାଜା ବାରିକ ସମେତ ସମସ୍ତ ଶିକ୍ଷୟିତ୍ରୀ , ଶିକ୍ଷକ ଓ କର୍ମଚାରୀମାନେ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ l
ଗଙ୍ଗାଧର ମେହେର ଜୟନ୍ତି ରେ କବିତା ଆବୃତ୍ତି ସଙ୍ଗେ ଛାତ୍ରୀ ଗଛରେ ବାନ୍ଧିଲେ ରାକ୍ଷୀ
