ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ଅଞ୍ଚଳ ଏକ ସଂସ୍କୃତି ସଂପନ୍ନ ଅଞ୍ଚଳ l ଏହି ଅଞ୍ଚଳରେ ସୁବଳୟା ସମେତ ବିଭିନ୍ନ ଗ୍ରାମରେ ବାର ମାସରେ ତେର ପର୍ବ ପାଳନ କରାଯାଇଥାଏ l ଏହା ସହିତ ବର୍ଷର ବିଭିନ୍ନ ସମୟରେ ଯାନିଯାତ୍ରା ଆୟୋଜନ କରାଯାଇଥାଏ l ଉକ୍ତ ଯାନିଯାତ୍ରା ରେ ହଜାର ହଜାର ଦର୍ଶକଙ୍କ ସମାଗମ ହୋଇଥାଏ l ଏହାର ଫାଇଦା ନେଇ କେତେକ ଖଳ ପ୍ରକୃତି ର ଲୋକ ଓ କେତେକ ଅନୁଷ୍ଠାନ ବେଧଡକ ଭାବେ ଘୁଡଘୁଡ଼ିପଟି (ଜୁଆ ଖେଳ) ଆୟୋଜନ କରୁଛନ୍ତି l ଯୁଆଡିମାନେ ସ୍ଥାନୀୟ ପୋଲିସ ସହିତ ସଲlସୁତୁର କରି ବେଫିକର ଭାବେ ଜୁଆଖେଳ କରୁଥିବା ଦେଖିବାକୁ ମିଳୁଛି l ଗତ ୨୭ ତାରିଖ ରୁ ସୁବର୍ଣ୍ଣପୁର ଜିଲ୍ଲାର ସୁବଳୟା ରେ ଆରମ୍ଭ ହୋଇଥିଲା ଝୁଲଣ ଯାତ୍ରା l ପାଞ୍ଚ ଦିନ ଧରି ହୋଇଥିବା ଉକ୍ତ ମେଳା ରେ ପ୍ରତ୍ୟହ ବିଭିନ୍ନ ସଂସ୍କତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରଯାଇଥିଲା l ଏହା ଦେଖିବାକୁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଦର୍ଶକଙ୍କ ସମାଗମ ହେଉଥିଲା l ମାତ୍ର ସୁବଳୟା ରେ ମେଳା ଅବସର ରେ ଖୋଲାମଖୁଲା ଘୁଡଘୁଡ଼ିପଟି ( ଜୁଆ ଖେଳ) କରାଯାଉଥିଲା l ଏଥିପାଇଁ କୌଣସି ଅନୁମତି ପ୍ରଶାସନ ଦେଇ ନ ଥିଲା l ଝୁଲଣ ଯାତ୍ରାରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ପୋଲିସ ମଧ୍ୟ ମୁତୟନ କରାଯାଇଥିଲା l ତଥାପି ବେଫିକର ଭାବେ ଦିନରାତି ଜୁଆ ଖେଳ ହେଉଥିଲା l ପୋଲିସ ସବୁ ଦେଖୁ ଥିଲେ ମଧ୍ୟ ଚୁପ ରହିଥିଲା l ଫଳରେ ପୋଲିସ ର ଭୂମିକା କୁ ସାଧାରଣରେ ସନ୍ଦେହ କରାଯାଉଛି l ଅଞ୍ଚଳର ବୁଦ୍ଧିଜୀବୀ ମେଳା ରେ ଜୁଆଖେଳ ଆୟୋଜନ କୁ ନେଇ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି l ସଂସ୍କୃତି ସଂପନ୍ନ ଏକ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଚାଲୁଥିବା ବେଳେ ଜୁଆଖେଳ କୁ ନେଇ ସମସ୍ତେ ନାପସନ୍ଦ କରୁଛନ୍ତି l ଏହା ଦ୍ବାରା ଅଞ୍ଚଳର ଲକ୍ଷ ଲକ୍ଷ ଟଙ୍କା କ୍ଷତି ହେଉଛି l ଆଗକୁ ଆସୁଛି ପାର୍ବଣ ର ସମୟ l ଅଞ୍ଚଳରେ ଅନେକ ସ୍ଥାନରେ ଯାନିଯାତ୍ରା ଓ ମେଳା ମହୋତ୍ସବ ପାଳିତ ହେବ l ଅନେକ ସ୍ଥାନରେ ଜୁଆ ଖେଳ ହେବାର ସମ୍ଭାବନା ରହିଛି l ମେଳା ରେ ଜୁଆ ଖେଳ ହେଉଥିଲେ ମଧ୍ୟ ପୋଲିସ ନୀରବ ରହିବା ଜୁଆ ଖେଳ କୁ ପ୍ରୋତ୍ସାହନ ଦେଉଥିବା ଜଣାପଡୁଛି l ଏନେଇ ସୁବଳୟା ଥାନା ଅଧିକାରୀ ସୁଶାନ୍ତ କୁମାର ପ୍ରଧାନ ଙ୍କୁ ପଚାରିବାରୁ ମୋ ପାଖରେ ସେମିତି କୌଣସି ସୂଚନା ନାହିଁ l କୌଣସି ସ୍ଥାନରେ ଜୁଆ ଖେଳ କୁ ପ୍ରଶୟ ଦିଅlଯିବ ନାହିଁ ବୋଲି ପ୍ରକାଶ କରିଛନ୍ତି l ତେବେ ଅଞ୍ଚଳରେ ହେଉଥିବା ଜୁଆ ଖେଳ ଉପରେ ନଜର ରଖି କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣ ରେ ଦାବୀ ହେଉଛି l
ଯାନିଯାତ୍ରା ରେ ବେଧଡ଼କ୍ ଚାଲୁଛି ଜୁଆଖେଳ , ପୋଲିସ ଜାଣି ଅଜଣା
