Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ତୋଟାଗାଁ ରେ ପୁଅର କାଠ ଫାଳିଆ ମାଡ଼ ରେ ବାପା ଙ୍କ ମୁଣ୍ଡ ଫାଟିଲା, ମୁଣ୍ଡ ରେ ପଡିଛି ୧୨ ଟି ସିଲେଇ, ନାତି ର ଅଭିଯୋଗ କ୍ରମେ ପୁଅକୁ ବାନ୍ଧି କୋର୍ଟ ଚାଲାଣ କଲା ପୋଲିସ

ଖଲ୍ଲିକୋଟ–୩/୯–ଖଲ୍ଲିକୋଟ ଏନଏସି ଅନ୍ତର୍ଗତ ତୋଟାଗାଁ ରେ ଘଟିଛି ଅଭାବନୀୟ ଘଟଣା ।ନିଜର ସ୍ତ୍ରୀ ପିଲା ଙ୍କୁ ଆକ୍ରମଣ କରିବା ଉଦ୍ଦେଶ୍ୟରେ ଆସିଥିବା ପୁଅକୁ ବାଧା ଦେବାରୁ ବାପା ଙ୍କ ମୁଣ୍ଡକୁ ଏକ କାଠ ଫାଳିଆ ରେ ପ୍ରହାର କରିଥିଲା ପୁଅ ।ଯାହା ଫଳରେ ବାପା ଙ୍କ ମୁଣ୍ଡ ରେ ଗଭୀର ଆଘାତ ଲାଗିବା ସହ ୧୨ ଟି ସିଲେଇ ପଡିଥିବା ଜଣାପଡିଛି ।ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ତୋଟାଗାଁ ର ମହନା ପାହାନ ପାରିବାରିକ ଅଶାନ୍ତି ଯୋଗୁଁ ଶନିବାର ରାତିରେ ନିଜର ସ୍ତ୍ରୀ ପିଲା ଙ୍କୁ ଆକ୍ରମଣ କରିବା ପାଇଁ ଘରକୁ ଆସିଥିବା ବେଳେ ବାପା ଭୀମ ପାହାନ(୬୫) ଏହାର ପ୍ରତିରୋଧ କରିଥିଲେ ।ଫଳରେ ଉତ୍ତ୍ୟକ୍ତ ହୋଇ ରହିଥିବା ପୁଅ ମହନା ବାପା ଙ୍କ ମୁଣ୍ଡକୁ ଏକ କାଠ ଫାଳିଆ ରେ ଶକ୍ତ ପ୍ରହାର କରିଥିଲା ।ମୁଣ୍ଡ ଫାଟିଯିବା ସହ ରକ୍ତାକ୍ତ ହୋଇ ତଳେ ପଡି ଯାଇଥିଲେ ଭୀମ ।ପାଟିତୁଣ୍ଡ ଶୁଣି ସାହି ପଡୋଶୀ ଦୌଡି ଆସିବାରୁ ଆକ୍ରମଣ କାରି ମହନା ସେଠାରୁ ପଳାଇ ଯାଇଥିଲା ।ଗୁରୁତର ଆହତ ଭୀମ ଙ୍କୁ ପରିବାର ଲୋକେ ଚିକିତ୍ସା ପାଇଁ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ନେଇ ଆସିଥିଲେ ।ସେଠାରେ ଭୀମ ଙ୍କ ମୁଣ୍ଡ ରେ ୧୨ ଟି ସିଲେଇ ପଡିଥିଲା ।ଏହାପରେ ଆକ୍ରମଣ କାରୀ ମହନା ଙ୍କ ପୁଅ ଅର୍ଥାତ ଗୁରୁତର ଆହତ ହୋଇଥିବା ଭୀମ ଙ୍କ ନାତି ବିଭୁ ପାହାନ(୧୯) ଏ ସମ୍ପର୍କରେ ଖଲ୍ଲିକୋଟ ଥାନାରେ ଅଭିଯୋଗ କରିଥିଲେ ।ଅଭିଯୋଗ କୁ ଭିତ୍ତି କରି ପୋଲିସ ଥାନା କେସ ନମ୍ବର ୬୨୨/୨୦୨୩ ଅନୁଯାୟୀ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଥିଲା ।ଆଜି ଥାନା ଅଧିକାରୀ ଜଗନ୍ନାଥ ମଲ୍ଲିକ ଙ୍କ ନିର୍ଦ୍ଦେଶ ରେ ଏସ ଆଇ ହିମାଂଶୁ ଶେଖର ପାତ୍ର ତୋଟାଗାଁ ରେ ଚଢ଼ାଉ କରି ଅଭିଯୁକ୍ତ ମହନା ପାହାନ କୁ ଗିରଫ କରିଥିଲେ ।ଆଜି ଅପରାହ୍ନ ରେ ଗିରଫ ମହନା କୁ ପୋଲିସ କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ