41 ଲକ୍ଷ 16 ହଜାର ଟଙ୍କାର ଜାଲ ନୋଟ ଜବତ , ଜଣେ ଗିରଫ ପରେ କୋଟ ଚାଲାଣ


ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ନିକଟସ୍ଥ ମାଟିଖାଇ ନୂଆ ବସ୍ତିରେ ଜାଲ ନୋଟ କାରବାର କରୁଥିବା ଖବର ପାଇ ଏସ ଟି ଏଫ୍ ବିଭାଗ ଚଢାଉ କରି ଥିଲା l ସେଠାରୁ ଜାଲ ନୋଟ ପ୍ରସ୍ତୁତ ସରଞ୍ଜାମ ସହିତ 41 ଲକ୍ଷ 16 ହଜାର ଟଙ୍କା ର ପାଞ୍ଚଶହ ଟଙ୍କିଆ ନୋଟ ଜବତ କରିଛି l ବସ୍ତିର ଦୀପକ ମେହେର ନାମକ ଜଣେ ଯୁବକ କୁ ଗିରଫ କରିବା ପରେ ରବିବାର କୋଟ ଚାଲାଣ କରିଥିବା ଜଣାପଡ଼ିଛି l ଅଧିକ ତଦନ୍ତ ଚାଲୁଥିବା ବେଳେ ଅଭିଯୁକ୍ତ ଜଣ କ ସହିତ ଆଉ କେତେ ଜଣ ସମ୍ପୃକ୍ତ ଅଛନ୍ତି ଏବଂ ଏହି କାରବାର କେଉଁ କେଉଁ ସ୍ଥାନରେ ଚାଲିଛି ତଦନ୍ତ ପରେ ସୂଚନା ଦେବାକୁ ଏସ୍ ଟି ଏଫ୍ ବିଭାଗ ପକ୍ଷରୁ ପ୍ରକାଶ I