Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଠିଆନାଳ-ଓୗତଳ ଓ ପୁରୁଣାପାଣି – ତେଣ୍ଡରା ରାସ୍ତାର ନିର୍ମାଣ ଦାବି

ଦେବଗଡ଼:ବାରକୋଟ ବ୍ଲକର ଠିଆନାଳ ଗ୍ରାମ ଠାରୁ ଓୗତଳ ଗ୍ରାମ ରାସ୍ତା ଏବଂ ପୁରୁଣାପାଣି ଗ୍ରାମ ଠାରୁ ତେଣ୍ଡରା ଗ୍ରାମ ରାସ୍ତାର ନିର୍ମାଣ କାର୍ଯ୍ୟ ତ୍ବରାନ୍ବିତ କରିବା ପାଇଁ ପୂର୍ତ୍ତ ବିଭାଗର ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କୁ ଆଜି ଏକ ଦାବି ପତ୍ର ପ୍ରଦାନ କରାଯାଇଛି । ଉକ୍ତ ଦାବି ପତ୍ର ପ୍ରଦାନବେଳେ ଜିଲ୍ଲା ବିଜେଡି ସଭାପତି ରୋମାଂଚ ରଞ୍ଜନ ବିଶ୍ବାଳ, ଗୁରୁସଙ୍ଗ ସରପଂଚ ଭବାନୀକାନ୍ତ ବିଶ୍ବାଳ,ମୀନକେତନ ପ୍ରଧାନ, ବିଶ୍ବନାଥ ସାହୁ, ପ୍ରସନ୍ନ ସାହୁ, ବନମାଳୀ ମାଝୀ, ଧରଣୀଧର ଠାକୁର, ରାକେଶ ସାହୁ, ବିନୁ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ