Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶିଶୁ ଅଧିକାର ସଚେତନତା ରଥ ଅଭିଯାନ

ସମ୍ବଲପୁର,: ସ୍ବେଚ୍ଛାସେବୀ ଅନୁଷ୍ଠାନ ସିଡି, କେ.ଏନ.ଏଚ ଏବଂ ତିଳେଇବଣୀ ବ୍ଲକ ପ୍ରଶାସନର ମିଳିତ ଉଦ୍ୟମରେ ଦେବଗଡ ଜିଲ୍ଲାର ତିଲେଇବଣୀ ବ୍ଲକଠାରେ ଶିଶୁ ଅଧିକାର ସଚେତନତା ରଥ ଅଭିଯାନ ଗତ ୨୩ ତାରିଖରୁ ଆରମ୍ଭ ହୋଇ ବର୍ତ୍ତମାନ ପର୍ଯ୍ୟନ୍ତ ପରିକ୍ରମା କରୁଛି । ଏହି ସଚେତନତା ରଥକୁ ବ୍ଲକ ଉନ୍ନୟନ ଅଧିକାରୀ ରଘୁନାଥ ପାଣିଗ୍ରାହୀ, ଶିଶୁ ବିକାଶ ଯୋଜନା ଅଧିକାରୀ ଶ୍ରୀମତୀ କାଞ୍ଚନ ପଣ୍ଡା ଏବଂ ବ୍ଲକ ଶିକ୍ଷା ଅଧିକାରୀ ସିକେନ୍ଦ୍ର ଛାତ୍ରିଆ ସବୁଜ ପତାକା ଦେଖାଇ ଉଦଘାଟନ କରିଥିଲେ । ଏହି ଅଭିଯାନର ଉଦ୍ଦେଶ୍ୟ ହେଉଛି ଲୋକମାନକଙ୍କ ମଧ୍ୟରେ ଶିଶୁମାନଙ୍କର ଅଧିକାର ଓ ସୁରକ୍ଷା ସମ୍ପର୍କରେ ସଚେତନତା ବୃଦ୍ଧି କରିବା । ଏହି ଶିଶୁ ଅଧିକାର ସଚେତନତା ରଥ ଅଭିଯାନକୁ ସ୍ନେହ ପ୍ରକଳ୍ପର ପ୍ରୋଗ୍ରାମ ଅଫିସର ଶ୍ରୀ ସଂସାର ବାଗ ପରିଚାଳନା କରିଥିଲେ ଏବଂ ତପନ କୁମାର ପ୍ରଧାନ, ଭାଗ୍ୟଧର ମାନହୀରା, ବରୁଣ କୁଅଁର, ଯୋଗେଶ୍ଵରୀ ପାତ୍ର, ମୋନାଲିଶା ସାହୁ, ରୋହିତ ସାହୁ, ଇନ୍ଦିରା ନାୟକ, ସରିତା କୁଅଁର ପ୍ରମୁଖ ଏଥିରେ ସହଯୋଗ କରିଥିଲେ । ଏହି ରଥ ଅଭିଯାନ ତିଲେଇବଣୀ ବ୍ଲକ ଅନ୍ତର୍ଗତ ତିନୋଟି ଗ୍ରାମ ପଞ୍ଚାୟତ ଯଥା -ଦୁଧିଆନାଳୀ, ଢୋଳାପଡ଼ା ଓ କଂସର ଗ୍ରାମ ପଞ୍ଚାୟତର ୪୧ ଗ୍ରାମ ଗସ୍ତ କରିବା ସହିତ ଆକର୍ଷଣୀୟ ପୋଷ୍ଟର ଓ ଗୀତ ମାଧ୍ୟମରେ ସ୍ଥାନୀୟ ଲୋକଙ୍କୁ ଶିଶୁ ଅଧିକାର ଏବଂ ଶିଶୁ ସୁରକ୍ଷା ବିଷୟରେ ସଚେତନ କରୁଛି।