Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭାରତ ଓ ଇଣ୍ଡିଆ ନାଁକୁ ନେଇ ଜୋର ଧରିଲା ରାଜନୀତି, କଂଗ୍ରେସର ଅଭିଯୋଗ- ସରକାର ବଦଳାଇ ଦେଲେ ଦେଶର ନାମ

ନୂଆଦିଲ୍ଲୀ: ସଂସଦର ସ୍ଵତନ୍ତ୍ର ଅଧିବେଶନ ଡକାଯିବା ପରଠୁ ରାଜନୀତି ଜୋର ଧରିଛି। ମୋଦୀ ସରକାର ଗୋଟିଏ ଦେଶ ଗୋଟିଏ ନିର୍ବାଚନ ପାଇଁ କମିଟି ଘୋଷନା କରି ସାରିଛନ୍ତି। ବିରୋଧୀ ଏହି ପ୍ରସଙ୍ଗକୁ ନେଇ ପ୍ରଥମରୁ ଆକ୍ରମଣାତ୍ମକ ଆଭିମୁଖ୍ୟ ଆପଣେଇଛନ୍ତି। ଏବେ ଏହାକୁ ନେଇ ଚର୍ଚ୍ଚା ଯେ, ସରକାର ସମ୍ବିଧାନରେ ବଡ଼ ପରିବର୍ତ୍ତନ କରି ଦେଶର ନାମ ବଦଳାଇ ଦେଇଛନ୍ତି। କଂଗ୍ରେସ ଅଭିଯୋଗ କରିଛି ଯେ, ସରକାର ସମ୍ବିଧାନରୁ ଇଣ୍ଡିଆ ନାମ ହଟାଇ ଭାରତ କରି ସାରିଛନ୍ତି। ଏହାକୁ ନେଇ ରାଜନୈତିକ ଦଳ ମଧ୍ୟରେ ବାକ୍ ଯୁଦ୍ଧ ଆରମ୍ଭ ହୋଇ ଯାଇଛି।

କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ ଅଭିଯୋଗ କରିଛନ୍ତି ଯେ, ମୋଦୀ ସରକାର ସମ୍ବିଧାନରୁ ଇଣ୍ଡିଆ ନାମ ହଟାଇ ଦେଇଛନ୍ତି। ରାଷ୍ଟ୍ରପତି ଭବନ ପକ୍ଷରୁ ଜି-୨୦ ରାତ୍ରିଭୋଜନ ପାଇଁ ଆମନ୍ତ୍ରଣରେ ପ୍ରେସିଡେଣ୍ଟ ଅଫ ଇଣ୍ଡିଆ ଜାଗାରେ ପ୍ରେସିଡେଣ୍ଡ ଅଫ ଭାରତ ଲେଖା ଯାଇଛି। ଏହା ସମ୍ବିଧାନ ବିରୋଧୀ ବୋଲି ସେ କହିଛନ୍ତି। ସଂସଦର ସ୍ଵତନ୍ତ୍ର ଅଧିବେଶନକୁ ୧୩ ଦିନ ସମୟ ରହିଛି। ଆଶା କରାଯାଉଛି ସରକାର ଗୋଟିଏ ଦେଶ ଗୋଟିଏ ନିର୍ବାଚନ ବ୍ୟତୀତ ମହିଳା ସଂରକ୍ଷଣ ବିଧେୟକ ମଧ୍ୟ ଆଣି ପାରନ୍ତି। ବିରୋଧୀ ଶିବିରରେ ମାହୋଲ ସରଗରମ ଯେ, ସରକାର ସମ୍ବିଧାନରେ ବଡ଼ ପରିବର୍ତ୍ତନ ଆଣି ପାରନ୍ତି। କଂଗ୍ରେସର ଅଭିଯୋଗ ମୋଦୀ ସରକାର ସମ୍ବିଧାନରୁ ଇଣ୍ଡିଆ ଶବ୍ଦ ହଟାଇବାକୁ ଚାହାନ୍ତି।

ଜୟରାମ ରମେଶ ଟୁଇଟ୍ କରିଛନ୍ତି ଯେ, କଣ ପ୍ରକୃତରେ ଏହି ଖବର ସତ ! ରାଷ୍ଟ୍ରପତି ଭବନ ସେପ୍ଟେମ୍ବର ୯ରେ ଜି-୨୦ ଡିନର ଆୟୋନ କରୁଛି, ଏଥିରେ ପ୍ରେସିଡେଣ୍ଟ ଅଫ ଇଣ୍ଡିଆ ଜାଗାରେ ପ୍ରେସିଡେଣ୍ଟ ଅଫ ଭାରତ ଲେଖା ହୋଇଛି। ଏବେ ସମ୍ବିଧାନର ଧାରା ୧କୁ ଏମିତି ପଢାଯିବ- ଭାରତ, ଯିଏ ଇଣ୍ଡିଆ ଥିଲା ରାଜ୍ୟଗୁଡ଼ିକର ସଂଘ, ଏବେ ତାହା ରାଜ୍ୟଗୁଡ଼ିକ ପ୍ରତି ବିପଦ।

ବିଜେପି ନେତା ମଧ୍ୟ ଇଣ୍ଡିଆ ନାମକୁ ହଟାଇକୁ ଦାବି କରି ଆସିଛନ୍ତି। ବିଜେପି ସାଂସଦ ହରନାଥ ଯାଦବ ମଧ୍ୟ ଦାବି କରିଛନ୍ତି ଯେ, ସମ୍ବିଧାନରୁ ଇଣ୍ଡିଆ ନାମ ହଟାଇ ଦେବା ଉଚିତ୍। ଭାରତ ନାମରୁ ଯେଉଁ ଉର୍ଜା ମିଳିଥାଏ, ତାହା ଇଣ୍ଡିଆ ନାମରୁ ମିଳି ନ ଥାଏ। ଭାରତ ଆମ ହୃଦୟରେ ରହିଛି। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵ ଶର୍ମା ମଧ୍ୟ ପ୍ରେସିଡେଣ୍ଟ ଅଫ ଇଣ୍ଡିଆ ଲେଖା ଯିବାକୁ ସମର୍ଥନ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ