Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଗୁରୁ ଦିବସ ଉପଲକ୍ଷେ ଯୁକ୍ତ ଦୁଇ ଧର୍ମଶାଳା କଲେଜ ରେ ସମ୍ବର୍ଦ୍ଧନା ସମାରୋହ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ଧର୍ମଶାଳା ଯୁକ୍ତଦୁଇ ମହାବିଦ୍ୟାଳୟ ସଭାକକ୍ଷରେ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ଗୁରୁ ଦିବସ ସମ୍ବର୍ଦ୍ଧନା ସମାରୋହ -୨୦୨୩ ଆୟୋଜିତ ହୋଇଯାଇଛି । ଏଇ ଉତ୍ସବରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଗୋପାଳ ମିଶ୍ର ଅଧ୍ୟକ୍ଷତା କରିଥିଲେ । ପ୍ରଥମରେ ସର୍ବପଲ୍ଲୀ ଡକ୍ଟର ରାଧାକ୍ରିଷ୍ଣନଙ୍କ ଉଦ୍ଦେଶ୍ୟରେ ପ୍ରଦୀପ ପ୍ରଜ୍ବଳନ କରା ଯାଇଥିଲା ।ଏଇ ଅବସରରେ ଛାତ୍ରଛାତ୍ରୀମାନେ ଗୁରୁମାନଙ୍କ ଉଦ୍ଦେଶ୍ୟରେ ସମ୍ମାନସୂଚକ ବକ୍ତବ୍ୟ ପ୍ରଦାନ କରିଥିଲେ । ଅଧ୍ୟାପକ ଅଧ୍ୟାପିକାମାନଙ୍କୁ ସମ୍ମାନ ଜଣାଇ ଯୁକ୍ତଦୁଇ ଦ୍ବିତୀୟ ବର୍ଷର ଛାତ୍ରଛାତ୍ରୀମାନେ ଅଧ୍ୟକ୍ଷଙ୍କ ମାଧ୍ୟମରେ କେକ୍ କାଟିବା ସହିତ ଅଧ୍ୟକ୍ଷ ଗୋପାଳ ମିଶ୍ର , ପ୍ରାଧ୍ୟାପିକା ନମିତା ରଥ , ପ୍ରାଧ୍ୟାପକ ଡକ୍ଟର ପୁରୁଷୋତ୍ତମ ମିଶ୍ର ଓ ପ୍ରାଧ୍ୟାପକ ସୌମିତ୍ରି ପ୍ରଧାନଙ୍କୁ ଉପହାରମାନ ପ୍ରଦାନ କରି ଆଶୀର୍ବାଦ ଭିକ୍ଷା କରିଥିଲେ ।