ଦେଶୀ ମଦ ଚୋରା ଚାଲାଣ ଅଭିଯୋଗ ରେ ଜଣ କୁ ଗିରଫ କରିଛି ଅବକାରୀ ବିଭାଗ


ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ , ଉଲୁଣ୍ଡା ବ୍ଲକ ଯାଲୋଏ ପଂଚାୟତ ଖିରପୁର ରାସ୍ତା ଦେଇ ବେଆଇନ ଦେଶୀ ମଦ ଚାଲାଣ ହେଉଥିବା ବେଳେ ଅବକାରୀ ବିଭାଗ ଚଢଉ କରି ୧୦୦ ଲିଟର ଦେଶୀ ମଦ ସହ ଗୋଟିଏ ବାଇକ ଜବତ କରିଛି । ଘଟଣା ସମ୍ପର୍କରେ ବୀରମହାରାଜପୁର ଥାନା ସାଗଜୁରୀ ଗ୍ରାମର ବିଶ୍ୱଜିତ ବାଘ (୨୭)ଙ୍କୁ ଗିରଫ କରିଥିବା ବେଳେ ଆଉ ଜଣେ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡିଛି । ସୂଚନା ଅନୁଯାୟୀ ଓଡି-୩୧-୫୭୩୮ ନମ୍ବର ପ୍ଲେଟ ଥିବା ଏକ ବାଇକ ଯୋଗେ ସକାଳ ପ୍ରାୟ ସାଢେ ୯ ଟା ସମୟରେ ଦୁଇ ଜଣ ଯୁବକ ବେଆଇନ ଦେଶୀ ମଦ ନେଇ ଯାଉଥିବା ଅବକାରୀ ବିଭାଗ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇଥିଲା । ପରେ ଖିରପୁର ନିକଟରେ ଚଢଉ କରିଥିବା ବେଳେ ବିଶ୍ୱଜିତଙ୍କୁ କାବୁ କରିବା ସହ ତାଙ୍କ ପାଖରୁ ୧୦୦ ଲିଟର ବେଆଇନ ଦେଶୀ ମଦ ଜବତ କରିଥିବା ଜଣାପଡିଛି । ଏନେଇ ଅବକାରୀ ବିଭାଗ ଏକ ମାମଲା ରୁଜୁ କରିବା ସହ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିଛି । ବୀରମହାରାଜପୁର ଅବକାରୀ ବିଭାଗର ସବ୍‌ଇନ୍ସପେକ୍ଟର ସୁମିତ୍ରା ହେମ୍ରମଙ୍କ ନେତୃତ୍ୱରେ ଅବକାରୀ ବିଭାଗର ଏକ ଟିମ ଚଢଉରେ ସାମିଲ ଥିଲେ ।