Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ନକଲି ନୋଟ ଜବତ ଘଟଣା ସମ୍ପର୍କରେ ଅଭିଯୁକ୍ତ ଘରେ କ୍ରାଇମବ୍ରାଞ୍ଚ ଏସ୍ ଟି ଏଫ ର ପୁଣି ଥରେ ଚଢାଉ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ମାଟିଖାଇ ନୂଆବସ୍ତି (ରତନପୁର) ଗ୍ରାମରେ କ୍ରାଇମବ୍ରାଞ୍ଚ ଏସଟିଏଫ ଗତ ୧ ତାରିଖ ଚଢଉ କରି ୪୧ ଲକ୍ଷ ୧୬ ହଜାର ଟଙ୍କାର ୫୦୦ ଟଙ୍କିଆ ନକଲି ନୋଟ ଜବତ କରିଥିଲା । ଏହି ଅଭିଯୋଗରେ ଭୁଷଣ ମେହେରଙ୍କ ସାନ ପୁଅ ଦୀପକ ମେହେରଙ୍କୁ ଗିରଫ କରାଯାଇଥିବା ବେଳେ ବଡପୁଅ ଫେରାର ହୋଇଯାଇଛି । ଦୁଇ ଭାଇ ମିଶି ଛତିଶଗଡରୁ ନକଲି ନୋଟ ଆଣି ନିଜ ଘରେ ରଖିଥିବା ବେଳେ ଏସଟିଏଫ ଚଢଉ କରିଥିଲା । ନକଲି ନୋଟ କାରବାର ପଛରେ ଏକ ବଡ ର‌୍ୟାକେଟ କାମ କରୁଥିବା ତଦନ୍ତ ସମୟରେ ଏସଟିଏଫ ଜାଣିବାକୁ ପାଇଥିବା ବେଳେ ତଦନ୍ତ ପ୍ରକ୍ରିୟା ଏବେ ମଧ୍ୟ ଜାରି ରହିଛି । ଅନ୍ୟପଟେ ମଙ୍ଗଳବାର ପୁଣିଥରେ ଅଭିଯୁକ୍ତ ଘରେ କ୍ରାଇମବ୍ରାଞ୍ଚ ଏସଟିଏଫର ଏକ ଟିମ ଚଢଉ କରି ବିଭିନ୍ନ କାଗଜ ପତ୍ର ଯାଂଚ କରିଥିବା ବେଳେ ଆଧାରକାର୍ଡ , ଭୋଟରକାର୍ଡ , ଚେକ ବହି ଏବଂ ମୋବାଇଲ ସମେତ ବିଭିନ୍ନ କାଗଜାତ ଜବତ କରିଛି ।