ସୁବଳୟା ରେ ଏସ୍ ବି ଆଇ ର ନୂତନ ସେବା କେନ୍ଦ୍ର ଉଦଘାଟିତ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ଵୀରମହାରାଜପୁର ବ୍ଲକ ଅଧିନସ୍ଥ ସୁବଳୟା ଜଗନ୍ନାଥ ରୋଡ଼ ସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ବୀରମହାରାଜପୁର ବ୍ରାଞ୍ଚ ତରଫରୁ ଏକ ନୂତନ ଗ୍ରାହକ ସେବା କେନ୍ଦ୍ର (ସି ଏସପି) ଶୁଭାରମ୍ଭ ହୋଇ ଯାଇଛି I ବୀରମହାରାଜପୁର ଶାଖା ପରିଚାଳକ କାଳୀ ଚରଣ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶୁଭାରମ୍ଭ କରିଥିଲେ I ଉକ୍ତ କାର୍ଯ୍ୟକ୍ରମ ରେ ସି ଏସ ସି ଇ – ଗଭର୍ଣ୍ଣାନ୍ସ ସୁବର୍ଣ୍ଣପୁର ର ଜିଲ୍ଲା ସଂଯୋଜକ ରଜନୀ ରଞ୍ଜନ ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବ୍ୟାଙ୍କିଙ୍ଗ କାର୍ଯ୍ୟକ୍ରମ କୁ ସଚୋଟତାର ସହିତ ଲୋକଙ୍କୁ ସେବା ଯୋଗାଇବାକୁ ପରାମର୍ଶ ପ୍ରଦାନ କରିଥଲେ । ଏହା ସହିତ ସରକାରଙ୍କ ଦ୍ୱାରା ମିଳୁଥିବା ବିଭିନ୍ନ ପ୍ରକାର ଜୀବନ ବୀମା , ପେନଶନ ଯୋଜନା ରେ ଲୋକଙ୍କୁ ସାମିଲ କରି ତାଙ୍କର ଆର୍ଥିକ ଉନ୍ନତି ସକାଶେ କାର୍ଯ୍ୟ କରିବା ପାଇଁ ମତ ପ୍ରଦାନ କରିଥିଲେ I କେନ୍ଦ୍ର ପରିଚାଳକ ବୁଲୁ ମେହେର ସମେତ ସୁବଳୟା ଅଞ୍ଚଳ ର ଅନେକ ଲୋକ ଉପସ୍ଥିତ ଥିଲେ।