ବୀରମହାରାଜପୁର : ଗୁରୁ ଶିଷ୍ୟ ମଧ୍ୟରେ ସୁସମ୍ପର୍କ ଏକ ଉତ୍ତମ ପରମ୍ପରା l କାହିଁ କେଉଁ ସମୟରୁ ଏହି ପରମ୍ପରା ଚାଲି ଆସୁଛି । ସଂପ୍ରତି ପରିସ୍ଥିତି ରେ କେତେକ ସ୍ଥାନରେ ଏହାର ବ୍ୟତିକ୍ରମ ଦେଖାଯାଉଥିଲେ ମଧ୍ୟ ଏବେ ବି ଗୁରୁ ଶିଷ୍ୟ ମଧ୍ୟରେ ଉତ୍ତମ ସମ୍ପର୍କ ରହିଥିବା ଦେଖିବାକୁ ମିଳୁଛି l ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅଞ୍ଚଳର ଅମରପାଲି ଉଚ୍ଚ ବିଦ୍ୟାଳୟ ରେ ଅନୁଷ୍ଠିତ ଗୁରୁ ଦିବସ ପାଳନ ଅବସରରେ ଅତିଥିମାନେ ମତବ୍ୟକ୍ତ କରିଥିଲେ । ପ୍ରଧାନ ଶିକ୍ଷକ ଉମେଶ ଚନ୍ଦ୍ର ପଣ୍ଡା ଙ୍କ ପୌରୋହିତ୍ୟ ରେ ଅନୁଷ୍ଠିତ ଗୁରୁଦିବସ ପାଳନ ଅବସର ରେ ସମ୍ବିତ ପ୍ରଧାନ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ l ଶ୍ୟାମ ସୁନ୍ଦର ସେଠୀ , ବ୍ରହ୍ମାନନ୍ଦ ପ୍ରଧାନ , ପଦ୍ମନାଭ ପ୍ରଧାନ ପ୍ରମୁଖ ଉପସ୍ଥିତ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ବକ୍ତବ୍ୟ ପ୍ରଦାନ କରିଥିଲେ l ପ୍ରାରମ୍ଭ ରେ ସର୍ବପଲ୍ଲୀ ରାଧାକୃଷ୍ଣ ଙ୍କ ଫଟୋଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରି ଧୂପ ଦୀପ ପ୍ରଜଜ୍ୱଳନ କରାଯାଇଥିଲା । ଏହି ଅବସରରେ ଛାତ୍ର ଛାତ୍ରୀ ମାନେ ଗୁରୁ ପୂଜା କରିବା ସହିତ ଗୁରୁ ବନ୍ଦନା କରିଥିଲେ । ଶିକ୍ଷକ କହ୍ନାଇ ଚରଣ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ସେହିପରି ବୀରମହାରାଜପୁର ସରକାରୀ ବାଳକ ବିଦ୍ୟାଳୟ ରେ ଅନୁଷ୍ଠିତ ଗୁରୁଦିବସ ପାଳନ ଅବସରରେ ପ୍ରଧାନ ଶିକ୍ଷକ ନିରଞ୍ଜନ ଦାସ ପୌରୋହିତ୍ୟ କରିଥିଲେ। ଅବସରପ୍ରାପ୍ତ ଶିକ୍ଷକ ଭଗବାନ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗୁରୁ ଶିଷ୍ୟ ପରମ୍ପରା ଉପରେ ଆଲୋକପାତ କରିଥିଲେ । ବିଦ୍ୟାଳୟ ର ଛାତ୍ର ଓ ଶିକ୍ଷକମାନେ ଗୁରୁ ଦିବସ ର ତାତ୍ପର୍ଯ୍ୟ ଉପରେ ବକୃତା ପ୍ରଦାନ କରିଥିଲେ । ଛାତ୍ରମାନଙ୍କ ଦ୍ଵାରା ଗୁରୁ ପୂଜନ କାର୍ଯ୍ୟକ୍ରମ କରାଯାଇଥିଲା । ଶିକ୍ଷୟିତ୍ରୀ ଜ୍ୟୋତି ବେହେରା ଧନ୍ୟବାଦ ଅର୍ପଣ କରିଥିଲେ l ଏହା ସହିତ ବ୍ଲକ ର ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ରେ ମଧ୍ୟ ଗୁରୁଦିବସ ପାଳିତ ହୋଇଯାଇଛି I
ଗୁରୁ ଦିବସ ପାଳନ ଅବସରରେ ବକ୍ତା ଙ୍କର ବକ୍ତବ୍ୟ , ଗୁରୁ ଶିଷ୍ୟ ମଧ୍ୟରେ ସୁସମ୍ପର୍କ ଉତ୍ତମ ପରମ୍ପରା
