Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୋଟିଏ ଦେଶ ଗୋଟିଏ ନିର୍ବାଚନ ଦିଗରେ ଆଉ ଏକ ପଦକ୍ଷେପ, କୋବିନ୍ଦଙ୍କ ବାସଭବନରେ ଆଜି ପ୍ରଥମ ବୈଠକ

ନୂଆଦିଲ୍ଲୀ: ଭାରତରେ ଏକକ ନିର୍ବାଚନ କରାଇବା ଦିଗରେ ଆଗକୁ ବଢିବାରେ ଲାଗିଛି କେନ୍ଦ୍ର ସରକାର। ନିକଟରେ ଏହାକୁ ନେଇ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଛି। କମିଟିରେ ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହ ଓ ଲୋକସଭାରେ କଂଗ୍ରେସର ସଂସଦୀୟ ଦଳର ନେତା ଅଧୀର ରଞ୍ଜନ ଚୌଧୁରୀଙ୍କ ସହିତ ସାତ ଜଣ ସଦସ୍ୟ ଭାବେ ରହିଛନ୍ତି। ହେଲେ ଅଧୀର ରଞ୍ଜନ କମିଟିରେ ସାମିଲ ହେବେ ନାହିଁ ବୋଲି ସ୍ପଷ୍ଟ ଭାବେ କହି ସାରିଛନ୍ତି।

ଅନ୍ୟପଟେ ଆଜି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ତାଙ୍କ ବାସଭବନରେ କମିଟିର ପ୍ରଥମ ବୈଠକ ହେବାକୁ ଯାଉଛି। କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ମଧ୍ୟ ଗୋଟିଏ ଦେଶ ଗୋଟିଏ ନିର୍ବାଚନ ଅଭିଯାନର ସମାଲୋଚନା କରିଛନ୍ତି। ରାହୁଲ ଟୁଇଟ୍ କରି ଏହାକୁ ଭାରତୀୟ ସଂଘୀୟ ଓ ସମସ୍ତ ରାଜ୍ୟ ଉପରେ ହମଲାର ଆଖ୍ୟା ଦେଇଛନ୍ତି। ଏହି ବିବାଦ ସେହି ସମୟରେ ମୁଣ୍ଡ ଟେକି ଉଠିଲା ଯେ ଯେତେବେଳେ କେନ୍ଦ୍ର ସରକାର ସଂସଦର ସ୍ଵତନ୍ତ୍ର ଅଧିବେଶନ ଡକାଇବାର ଘୋଷଣା କଲେ।

ଏହା ପୂର୍ବରୁ ମଧ୍ୟ ମୋଦୀ ସରକାର ଅନେକ ମଞ୍ଚରେ ଗୋଟିଏ ରାଷ୍ଟ୍ର ଗୋଟିଏ ନିର୍ବାଚନ କରାଇବା ନେଇ ନିଜର ଆଭିମୁଖ୍ୟ ସ୍ପଷ୍ଟ କରି ସାରିଛନ୍ତି। ଏହାକୁ ନେଇ ବର୍ତ୍ତମାନ ରାଜନୀତି ଜୋର ଧରିଛି। ଅନ୍ୟପଟେ ଦେଶର ନାମ ଇଣ୍ଡିଆ ନା ଭାରତ ତାକୁ ନେଇ ମଧ୍ୟ ସାରା ଦେଶରେ ବିତର୍କର ବିଷୟ ପାଲଟିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ