ରାଇସ ମିଲରେ କାମକରୁଥିବା ଯୁବକର ମୃତଦେହ ଉଦ୍ଧାର ା


ସୁବର୍ଣ୍ଣପୁର-ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଚିନାଜୁରୀ ସ୍ଥିତ ଏକ ରାଇସ ମିଲ୍ ରୁ ଯୁବକ ଙ୍କ ମୃତଦେହ ଠାବ ହୋଇଛି l ମୃତକ ଜଣକ ହେଲେ ନାକେନପାଳି ସଙ୍କର ଟିକରା ଗ୍ରାମର କସ୍ତୁବ ଖର୍ସେଲ ଙ୍କ ପୁତ୍ର ଅଶ୍ୱନୀ ଖରସେଲ ବୋଲି ଜଣାପଡ଼ିଛି l ସୂଚନା ଅନୁଯାୟୀ ଗତକାଲି ସନ୍ଧ୍ଯା ପାଖାପାଖି ଚାରିଟା ସମୟରେ ଅଶ୍ୱନୀ କମପ୍ରେସର୍
ପାଖରେ କାମ କରୁଥିବା ବେଳେ ଘଟିଥିଲା ଦୁର୍ଘଟଣା l ପୋଲିସ ଉପସ୍ଥିତିରେ ଘଟଣା ସ୍ଥଳରେ ପରିବାର ଲୋକ ପହଁଚି ଶବ ଚିହ୍ନଟ କରିଥିଲେ l ଡୁଙ୍ଗୁରିପାଲି ଥାନା ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି l ପ୍ରାଥମିକ ତଦନ୍ତ ରୁ ବିଦ୍ୟୁତ ଶସ୍ପର୍ଶ ରେ ଆସି ମୃତ୍ୟୁ ବରଣ କରିଥିବା ପୋଲିସ ଆନୁମାନ କରୁଛି l ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ୍ ଆସିବା ପରେ ପ୍ରକୃତ କାରଣ ଜଣାପଡିବ l