ଭବାନୀପାଟଣା, ୦୬/୦୯ : ସ୍ଥାନୀୟ ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲ ତରଫରୁ ଜନ୍ମାଷ୍ଟମୀ ଉପଲକ୍ଷେ କୌତୁହଳ ପୋଷାକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି |ଏହି କାର୍ଯ୍ୟକ୍ରମ ରେ ସ୍କୁଲ ର ଶତାଧିକ ଛାତ୍ରଛାତ୍ରୀ ଭଗବାନ କୃଷ୍ଣ ଓ ରାଧା ବେଶ ହୋଇ କୌତୁହଳ ପୋଷାକ ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିଥିଲେ | ଜନ୍ମାଷ୍ଟମୀ ହିନ୍ଦୁ ମାନଙ୍କ ର ମୁଖ୍ୟ ପର୍ବ ଅଟେ ଓ ସାରା ଭାରତ ବର୍ଷ ରେ ଆନନ୍ଦ ଉଲ୍ଲାସ ରେ ପାଳନ କରାଯାଏ | ଭଗବାନ ବିଷ୍ଣୁ ଙ୍କ ଅଷ୍ଟମ ଅବତାର କୃଷ୍ଣ ଭାବରେ ଗ୍ରହଣ କରିଥିଲେ ବୋଲି ସ୍କୁଲ ର ଅଧ୍ୟକ୍ଷ ତଥା ପ୍ରତିଷ୍ଠାତା ଡ଼. ଶିବରାମ ନାୟକ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ | ସ୍କୁଲର ସମସ୍ତ ଛାତ୍ରଛାତ୍ରୀ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିବା ବେଳେ ସ୍କୁଲ ର ଉପଦେଷ୍ଟା ମଣ୍ଡଳୀ ର ମୁଖ୍ୟ ସୂତ୍ତମ କୁମାର ନାୟକ ଉପସ୍ଥିତ ରହି ଧନ୍ୟବାଦ ଦେଇଥିଲେ| ଶିକ୍ଷୟିତ୍ରୀ ମନୀଷା ସିଂହ୍ନା, ବିଷ୍ଣୁପ୍ରିୟା ସାମନ୍ତରାୟ, ସାଧନା ପ୍ରଧାନ, ଚନ୍ଦ୍ରପ୍ରଭା ମିଶ୍ର, ଅ ପରାଜିତା ମଲ୍ଲିକ, ଅର୍ଣ୍ଣପୁର୍ଣ୍ଣା ପରି,ସୌମ୍ୟ ମିଶ୍ର ଶିକ୍ଷକ ସମ୍ପଦ ମୁଣ୍ଡ, ବିଶ୍ୱରଂଜନ ମହାପାତ୍ର, ବୃଷଭ ଦାସ, ନରେଶ ସୁନାନୀ ପ୍ରମୁଖ ସହଯୋଗ କରିଥିଲେ|
ଜନ୍ମାଷ୍ଟମୀ ଉପଲକ୍ଷେ ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲ ଠାରେ କୌତୁହଳ ପୋଷାକ ପ୍ରତିଯୋଗିତା ଅନୁଷ୍ଠିତ
