Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କମ୍ବୋଡିଆ ରେ ଫସିଥିବା ବିଶ୍ବନାଥ ପୁରର ଦିନବନ୍ଧୁ ସ୍ବଦେଶ ଫେରିବା ପାଇଁ ଆକୁଳ ନିବେଦନ।୨୫ ଶହ ଡଲାର ଦେଲେ ଘରକୁ ଫେରିବାକୁ ଦେବେ ଏଜେଣ୍ଟ।

ଗୋପାଳପୁର,୦୬/୦୯ ଦାଦାନ ଖଟିବାକୁ ଯାଇ ବିଦେଶୀ ରେ ଫସିରହିବା ଘଟଣା ଗଞ୍ଜାମ ଜିଲ୍ଲାରେ କ୍ରମଶଃ ବଢ଼ିବାରେ ଲାଗିଥିବା ବେଳେ ଏବେ ଆଉ ଏକ ଘଟଣା ଲୋକ ଲୋଚନକୁ ଆସିଛି। ସେଠାରେ ଥିବା ଜୈନିକ ଏଜେଣ୍ଟ ୨୫ ଶହ ଡଲାର ଆର୍ଥାତ ଦେଢ଼ ଲକ୍ଷ ଟଙ୍କା ଦେଲେ ଯୁବକକୁ ଘରକୁ ଫେରିବାକୁ ଦେବେ ବୋଲି ଜଣାପଡିଛି। ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ବିଶ୍ବନାଥ ପୁର ର ଦିନବନ୍ଧୁ ସାହୁ ଏବେ ଗତ ଏକ ମାସ ହେଲା ଆଖିଆ ପିଆ ବନ୍ଦୀ ଭାବେ କମ୍ବୋଡିଆ ର ଏକ ହୋଟେଲରେ ବନ୍ଦୀ ଭାବେ ଜୀବନ ବିତାଇବାକୁ ବାଧ୍ୟ ହୋଇଛନ୍ତି। ଦିନବନ୍ଧୁ ଙ୍କୁ ଭିଏତନାମାରେ କମ୍ପ୍ୟୁଟର ଅପରଟେର ଭାବେ ନିଯୁକ୍ତି ଦେବା ନିମନ୍ତେ ଗୁଜରାଟ ର ଏକ କମ୍ପାନୀ ୟୁନିକ ଏମ୍ପ୍ଲମେଣ୍ଟ ସର୍ଭିସ୍ ସହ ଯୋଗାଯୋଗରେ ଆସିଥିଲେ। ସେଠାକାର ଏଜେଣ୍ଟ ବିନୋଦ ପାଠକ ଭିଏତନାମର ଡେଲଟା କମ୍ପାନୀରେ କମ୍ପ୍ୟୁଟର ଅପରେଟର ଭାବେ ମାସିକ ୯୦୦ ଡଲାର ରେ କାମ କରାଇ ଦେବା ପାଇଁ ଦିନବନ୍ଧୁ ଠାରୁ ୧ଲକ୍ଷ ୫୦ହଜାର ଟଙ୍କା ଓ ଭିସା, ପାସପୋର୍ଟ ନେଇ ତାଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଥିଲେ। ଫ୍ଲାଇଟ ଯୋଗେ ତାଙ୍କୁ ଗତ ଜୁଲାଇ ୨୫ ତାରିଖରେ ପ୍ରଥମେ ଭିଏତନାମ ପଠାଇ ଯାଇଥିଲା। ପରେ ସେଠାରୁ କମ୍ବୋଡିଆ ନେଇ ସେଠାରେ ଏକ କମ୍ପାନୀରେ କାମ ଦେଇଥିଲା। ସେଠାରେ ଉକ୍ତ କମ୍ପାନୀ ଦୀନବନ୍ଧୁଙ୍କୁ ବିଭିନ୍ନ ସିମ୍ ଠକେଇ,କଲ୍ କରି ଓଟିପି ନେଇ ଠକେଇ ଭଳି କାର୍ଯ୍ୟରେ କିଛି ଦିନ ନିୟୋଜିତ କରିବା ପରେ ସେ ଏହିଭଳି କାର୍ଯ୍ୟ କରିବାକୁ ମନା କରିଦେଇଥିଲେ। ଏବଂ ସେ ଭାରତ ଫେରିଯିବେ ବୋଲି କହିବା ପରେ ଉକ୍ତ କମ୍ପାନୀ କର୍ତ୍ତୃପକ୍ଷ ତାଙ୍କୁ ଏକ କୋଠରୀରେ ବନ୍ଦୀ କରି ରଖିଥିବା ଦିନବନ୍ଧୁ ଏକ ଭିଡିଓ ବାର୍ତ୍ତା ମାଧ୍ୟମ ରେ ପ୍ରକାଶ କରିଛନ୍ତି।ଏହା ସହ ସେ ପ୍ରକାଶ କରିଛନ୍ତି ଯେ ସେଠାକାର କମ୍ପାନୀର ଏଜେଣ୍ଟ ୨୫ଶହ ଡଲାର ତାଙ୍କୁ ଦେଲେ ହିଁ ତାଙ୍କୁ ଭାରତ ପଠେଇବେ ବୋଲି କହୁଥିବା ଦିନବନ୍ଧୁ ଅଭିଯୋଗ କରିଛନ୍ତି। ତାଙ୍କ ପାଖରେ କୌଣସି ଅର୍ଥ ନଥିବା ବେଳେ କମ୍ପାନୀ ତାଙ୍କୁ ଖାଇବା ଦେବା ବନ୍ଦ କରି ଦେବା ସହ ସେଠାକାର ଏକ ହୋଟେଲରେ ବନ୍ଦୀ ଭାବେ ରଖିଥିବା କହିଛନ୍ତି। ତାଙ୍କୁ ଶୀଘ୍ର ସେଠାରୁ ମୁକ୍ତ କରିବା ପାଇଁ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମେତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଅନୁରୋଧ କରିଛନ୍ତି।। ଅନ୍ୟ ପଟେ ଦିନବନ୍ଧୁ ଙ୍କ ପରିବାର ପକ୍ଷରୁ ତାଙ୍କୁ ଭିଏତନାମ ପଠାଇବା ନିମନ୍ତେ ପ୍ରାୟ ଅଢେ଼ଇ ଲକ୍ଷ ଟଙ୍କା ଧାର କରଜ କରି ପଠାଇ ଥିବା ବେଳେ ଏବେ ଦିନବନ୍ଧୁ ସେଠାରେ ବନ୍ଦୀ ଭାବେ ରହିଥିବାରୁ ପରିବାର ବର୍ଗଙ୍କ ମନରେ ଭୟ ରହିଥିବା ସହ ଶିଘ୍ର ସରକାରଙ୍କ ପକ୍ଷରୁ ଦିନବନ୍ଧୁ ଙ୍କ ଘରକୁ ଫେରାଇ ଆଣିବାକୁ ତାଙ୍କ ବାପା ଲଡୁ କିଶୋର ସାହୁ ନିବେଦନ କରିଛନ୍ତି।