Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମସ୍ୟା ଘେରରେ କାଞ୍ଜିଗୁଡ଼ା

କଳାହାଣ୍ଡି, ୦୭/୦୯ : କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକର କିଛି ଗାଁ ଅଛି ଭଲ ରାସ୍ତା ଖଣ୍ଡେ ନାହିଁ ବୋଲି ବିକାଶ ବାଟବଣା ହୋଇପଡିଛି। ଫଳରେ ସ୍ବପ୍ନ ହୋଇ ରହିଯାଇଛି ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟ ଜଳ, ବିଦ୍ୟୁତ ଭଳି ସାଧାରଣ ମୌଳିକ ସୁବିଧା। ଏଭଳି ଅନେକ ଅଞ୍ଚଳ ଆଜି ବି ଅପହଞ୍ଚ ତଥା ଦୁର୍ଗମ ଅବସ୍ଥାରେ ରହିଯାଇଛି। ସ୍ବାଧୀନତାର ସାତ ଦଶନ୍ଧି ବିତିସାରିଥିଲେ ମଧ୍ୟ ମୌଳିକ ଅଧିକାରରୁ ବଞ୍ଚିତ ହୋଇ ଆଧୁନିକ ସଭ୍ୟତାର ବହୁ ଦୂରରେ ଏସବୁ ଅଞ୍ଚଳ। ଏଭଳି ଏକ ଉଦାହରଣ ହେଉଛି କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଥୁଆମୂଳ ରାମପୁର ବ୍ଲକ ଆଦର୍ଶ ଗ୍ରାମପଞ୍ଚାୟତ ସିନ୍ଧିପଦର ଅଧିନସ୍ଥ ଦୁର୍ଗମ ଅଞ୍ଚଳ ଭାବେ ପରିଚିତ କାଞ୍ଜିଗୁଡା ଗାଁ। ଏଠାରେ ପ୍ରାୟ ୬୫ ଘର ଆଦିବାସୀ ପରିବାର ବସବାସ କରନ୍ତି। ସମସ୍ତ ଅସୁବିଧା ସତ୍ତ୍ୱେ ଦୟନୀୟ ଜୀବନ ଜିଁଇବାକୁ ବାଧ୍ୟ ଏଠିକାର ଅଧିବାସୀ। ୨୦୧୪ ନିର୍ବାଚନ ପରେ ତତ୍କାଳୀନ କଳାହାଣ୍ଡି ସାଂସଦ ଅର୍କ କେଶରୀ ଦେଓ ଏହି ସିନ୍ଧିପଦର ଗ୍ରମ ପଞ୍ଚାୟତକୁ ଆଦର୍ଶ ପଞ୍ଚାୟତର ମାନ୍ୟତା ଦେଇ ଏହାର ସାମଗ୍ରିକ ବିକାଶ ପାଇଁ ଏକ ନୀଳ ନକ୍ସା ପ୍ରସ୍ତୁତ କରିଥିଲେ। ଯାହାକୁ ନେଇ ପଞ୍ଚାୟତ ବାସୀ ଖୁସି ହୋଇଥିଲେ। ପାଞ୍ଚ ବର୍ଷ ମଧ୍ୟରେ ଏହି ଯୋଜନା ମାଧ୍ୟମରେ ଗ୍ରାମ ପଞ୍ଚାୟତକୁ ସମସ୍ତ ସୁବିଧା ତଥା ସାଧାରଣ ଲୋକଙ୍କ ମୌଳିକ ସୁବିଧାର ଲକ୍ଷ୍ୟ ରହିଥିଲା।ଏହି ଯୋଜନା ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ ହୋଇଛି।ପଞ୍ଚାୟତର ବିଭିନ୍ନ ଗାଁକୁ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ଏବଂ ବିଶୁଦ୍ଧ ପାନୀୟଜଳ ଯୋଗାଣ ପ୍ରମୁଖ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯାଇଥିଲା। କିନ୍ତୁ ଆଜିବି ଦୁର୍ଗମ ଅଞ୍ଚଳ ଭାବେପାଲଟି ରହିଯାଇଛି କାଞ୍ଜିଗୁଡା ଗାଁ ଦିନକୁ ଦିନ ବଢିଚାଲିଛି ଏଠିକାର ଲୋକଙ୍କ ଦୁର୍ଦ୍ଦଶା। ଗମନାଗମନର କୌଣସି ବ୍ୟବସ୍ଥା ନଥିବା ଯୋଗୁଁ ରୋଗୀ ସେବା ପାଇଁ ଉପଲବ୍ଧ ଅମ୍ବୁଲାନ୍ସ୍ ସେବା, ପିଡିଏସ୍ ସାମଗ୍ରୀ ହେଉ ଅବା ସାମାଜିକ ସୁରକ୍ଷା ଯୋଜନାରୁ ହିତାଧିକାରୀଙ୍କୁ ମିଳୁଥିବା ମାସିକ ଭତ୍ତା, ପାଇବା ପାଇଁ ହେଲେ ଅନେକ ସମସ୍ୟାର ସାମ୍ନା କରିବାକୁ ପଡୁଛି।ସରକାର ଉକ୍ତ ଗାଁରେ ପ୍ରାଥମିକ ବିଦ୍ୟାଳୟ ରହିଥିବା ବେଳେ ଜଙ୍ଗଲର ଦୁର୍ଗମ ପାଦଚଲା ରାସ୍ତାରେ ଶିକ୍ଷକ ମାନେ ଯାତାୟତ ନିତିଦିନ କରିବା ବିପଦ ରହିଥିବା ବେଳେ ବର୍ଷା ଦିନେ ଯାହା ସାଙ୍ଘାତିକ ସମସ୍ୟା ସୃଷ୍ଟି କରିଥାଏ। ଗ୍ରାମବାସୀ ବାରମ୍ବାର ଅଭିଯୋଗ କଲେମଧ୍ୟ ବିଭାଗୀୟ ଓଫିସର କର୍ଣ୍ଣ ପାତ କରୁନାନ୍ତି।