ବୀରମହାରାଜପୁର ଉପଖଣ୍ଡ ଅଞ୍ଚଳର ପୁରପଲ୍ଲୀ ସବୁଠି ଜନ୍ମାଷ୍ଟମୀ ପାଳିତ


ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ର ସବୁଠି ଆନନ୍ଦ ଉଲ୍ଲାସ ସହିତ ଜନ୍ମାଷ୍ଟମୀ ପାଳିତ ହୋଇଯାଇଛି l ସକାଳୁ ପ୍ରତ୍ୟେକ ଗ୍ରାମରେ ମନ୍ଦିର କିମ୍ବା ଭାଗବତ ଟୁଙ୍ଗି ରେ ବ୍ରତାଧରୀମନେ ନିଷ୍ଠା ଓ କାଷ୍ଠା ର ସହିତ ପୂଜା ପାଠ କରିଥିଲେ l ଦିନତମାମ ହରିବଂଶ ପଠନ କରାଯାଇଥିଲା । ବଳଦେବ ଜନ୍ମ , କୃଷ୍ଣ ଜନ୍ମ ସହିତ ସନ୍ଧ୍ୟା ବେଳେ ଦେବକୀ ଓ ବସୁଦେବ ଙ୍କୁ କାରାଗାର ରେ ବନ୍ଦୀ କରାଯିବା , କାରାଗାର ରେ କୃଷ୍ଣ ଜନ୍ମ , କୃଷ୍ଣ ଙ୍କୁ ନେଇ ଯମୁନା ନଦୀ ପାରି ହୋଇ ଗୋପପୁର କୁ ନେବା ଏବେ ବାଟରେ ଉଗ୍ରେସନ ଅଟକାଇବା ଆଦି ନାଟ୍ୟ ରୂପାନ୍ତର କରି ପରିବେଷଣ କରାଯାଇଥିଲା ।ବୀରମହାରାଜପୁର , ଅମରପାଲି , ଖଣ୍ଡହତା , ସୁବଳୟା , ମୁର୍ଷୁଣ୍ଢି , ଚମ୍ପାମାଲ , କେନଝିରିଆପାଲି , ଉଫୁଲା , କାମଲପୁର , ପିତମହୁଲ , କମିରା , ସଂଗ୍ରାମପୁର , ଯଟେସିଂହା ସୁବଳୟା , ବାଗବର , ଉଲୁଣ୍ଡା , ଚତେଇ ପଙ୍କ , ସିଣ୍ଢୋଲ , ପଞ୍ଚମହଲl , ନିମ୍ନl , ଧର୍ମଶାଳା , କୁମାର କେଲୀ , ମହଦା ଆଦି ବହୁ ଅଞ୍ଚଳରେ ଜନ୍ମାଷ୍ଟମୀ ପାଳିତ ହୋଇଛି l ଗୁରୁବାର ନନ୍ଦୋତ୍ସବ ପାଳନ ହେବ l ସମସ୍ତ ଗ୍ରାମରେ ଏହି ଅବସରରେ ଭଜନ , ସଂକୀର୍ତ୍ତନ ଆଦି ପରିବେଷଣ କରାଯାଇଥିଲା l ବୀରମହାରାଜପୁର ସ୍ଥିତ ଶିଶୁ ବିଦ୍ୟାମନ୍ଦିର ଓ ସୁବଳୟା , ଧର୍ମଶାଳା , ଉଲୁଣ୍ଡା , ଚଡେଇପଙ୍କ ଆଦି ଶିଶୁ ମନ୍ଦିର ମାନଙ୍କରେ ଛୋଟ ଛୋଟ ଛାତ୍ର ଛାତ୍ରୀ ମାନେ ରାଧାକୃଷ୍ଣ ବେଶ ହୋଇଥିଲେ। ଶିଶୁ ମନ୍ଦିର ମାନଙ୍କରେ ସକାଳୁ ଜନ୍ମାଷ୍ଟମୀ କରାଯାଇ ରାଧାକୃଷ୍ଣ , ଗୋପି , ଗୋପାଳ ଆଦି ବେଶ ରେ ନଗର ପରିକ୍ରମା କରାଯାଇଥିଲା।