ବୀରମହାରାଜପୁର ରେ ବନ୍ଧୁତ୍ୱ ପୂର୍ଣ୍ଣ ଫୁଟବଲ୍ ମ୍ୟାଚ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମ ରେ ଏକ ବନ୍ଧୁତ୍ୱପୂର୍ଣ୍ଣ ଫୁଟବଲ ମ୍ୟାଚ ଅନୁଷ୍ଠିତ ହୋଇ ଯାଇଛି । ବୀରମହାରାଜପୁର ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ଓ ଉଫୁଲା ମାହେଶ୍ଵରୀ ଉଚ୍ଚ ବିଦ୍ୟାପୀଠ ମଧ୍ୟରେ ଉକ୍ତ ବନ୍ଧୁତା ପୂର୍ଣ୍ଣ ଫୁଟବଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଏହି ଖେଳରେ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟର ଖେଳାଳୀ ମାନେ ୩-୦ ଗୋଲରେ ବିଜୟ ଲାଭ କରିଥିଲେ । ଏଥିରେ ମାହେଶ୍ଵରୀ ବିଦ୍ୟାପୀଠ ଉଫୁଲା ର ଖେଳ ଶିକ୍ଷକ ଗୁପ୍ତେଶ୍ଵର ପ୍ରଧାନ ଓ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟର ଖେଳ ଶିକ୍ଷକ କିଶୋର ମୋହନ ଡାଙ୍ଗ ଙ୍କ ତତ୍ତ୍ଵାବଧାନରେ ରେ ଆୟୋଜିତ ହୋଇଥିଲା। ଖେଳଟିକୁ ସିଦ୍ଧାର୍ଥ ପାତ୍ର , ଅଜିତ କୁମାର ନାଏକ ଓ ପ୍ରଶାନ୍ତ କୁମାର ଷାଣ୍ଢ ରେଫରି ଭାବେ ଖେଳ ପରିଚାଳନା କରିଥିଲେ । ବୀରମହାରାଜପୁର ସରକାରୀ ବାଳକ ହାଇସ୍କୁଲ ର ପ୍ରଧାନ ଶିକ୍ଷକ ନିରଞ୍ଜନ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଖେଳାଳୀ ମାନଙ୍କୁ ଖେଳାଳୀ ମନୋଭାବ ନେଇ ଖେଳିବା ପାଇଁ ଉତ୍ସାହିତ କରିଥିଲେ। ଏହି ମ୍ୟାଚ ରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ର ମାନେ ଉପସ୍ଥିତ ଥିଲେ।