ବୀରମହାରାଜପୁର କଲେଜ ଅଧ୍ୟାପକ ଙ୍କୁ ସମ୍ବର୍ଦ୍ଧିତ କଲେ ବ୍ଲକ ଉପାଧ୍ୟକ୍ଷ


ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର କଲେଜ ର ଅଧ୍ୟାପିକା ଓ ଅଧ୍ୟାପକଙ୍କୁ ସମ୍ବର୍ଦ୍ଧିତ କଲେ ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା । ଏକ ବର୍ଣ୍ଣାଢ଼୍ୟ ପରିବେଶ ମଧ୍ୟରେ ଶିକ୍ଷାପ୍ରତି ସମର୍ପିତ ବୀରମହାରାଜପୁର କଲେଜ ର ଅଧ୍ୟାପକ ସତ୍ୟନାରାୟଣ ଦାସ , ଯଜ୍ଞେଶ୍ୱର ବିଶି , ଶିବ କୁମାର ପୁରୋହିତ , ବିଜୟ କୁମାର ପୁରୋହିତ , ପ୍ରକାଶ ଚନ୍ଦ୍ର ସେଠ , ସୂର୍ଯ୍ୟନାରାୟଣ ପଣ୍ଡା , ସୀମା ବେହେରା , ଯାମିନି ଦାସ , ବିପିନ ବିହାରୀ ଖମାରୀ , ପ୍ରଫୁଲ୍ଲ ପ୍ରଧାନ , ନବୀନ ଖଣ୍ଡାୟତ ପ୍ରମୁଖ ଙ୍କୁ ଗୁରୁଭାବେ ପଦ ବନ୍ଦନା କରାଯାଇଥିଲା l ସମସ୍ତ ଅଧ୍ୟାପକ ଙ୍କୁ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା । ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା କଲେଜ ର ଅଧ୍ୟାପିକା ଓ ଅଧ୍ୟାପକଙ୍କ କାର୍ଯ୍ୟକଳାପ କୁ ପ୍ରଶଂସା କରିଥିଲେ l ଅଧ୍ୟାପକ ସତ୍ୟନାରାୟଣ ଦାସ ନାରାୟଣ ଲୁହା ଙ୍କ ସମାଜସେବା କାର୍ଯ୍ୟ କରିବା ପାଇଁ ଉତ୍ସାହିତ କରାଇଥିଲେ । କାର୍ଯ୍ୟକ୍ରମରେ କଲେଜର ସମସ୍ତ ଛାତ୍ର ଛାତ୍ରୀ , ଅଧ୍ୟାପିକା ଅଧ୍ୟାପକ ଓ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ l