Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଉଦୟନିଧିଙ୍କ ପରେ ସନାତନକୁ HIV ସହ ତୁଳନା କଲେ ଏ.ରାଜା, କହିଲେ- ଏହି ଧର୍ମ ଏକ ସାମାଜିକ ରୋଗ

ଚେନ୍ନାଇ: ସନାତନ ଧର୍ମକୁ ନେଇ ତାମିଲନାଡ଼ୁର ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ ପୁଅ ଉଦୟନିଧିଙ୍କ ବୟାନ ଉପରେ ବିବାଦ ଥମିବାର ନାଁ ଧରୁନି। ଏବେ ପୁଣି ତାଙ୍କ ପାର୍ଟିର ଆଉ ଜଣେ ନେତା ଏ.ରାଜା ମଧ୍ୟ ସନାତନ ଧର୍ମ ଉପରେ ଅଶୋଭନୀୟ ଟିପ୍ପଣୀ କରିଛନ୍ତି। ଏ. ରାଜା କହିଛନ୍ତି, ଉଦୟନିଧି ତ ସନାତନ ଧର୍ମ ଉପରେ ଟିକେ ତ ନରମ ଦେଖାଇଛନ୍ତି। ମୋ ମତରେ ସନାତନର ତୁଳନା ଏଚଆଇଭି ଏଡ୍ସ ଏବଂ କୁଷ୍ଠ ରୋଗ ସହ କରିବା ଉଚିତ୍। ସନାତନ ଏକ ସାମାଜିକ ରୋଗ ବୋଲି ସେ କହିଛନ୍ତି। ଏବେ ଏ.ରାଜାଙ୍କ ଏହି ବିବାଦୀୟ ଟିପ୍ପଣୀକୁ ନେଇ ବିବାଦ ଜୋର ଧରିଛି।

ଡିଏମକେର ସ୍ଥାପନା ଏମ. କରୁଣାନିଧି କରିଥିଲେ ଏବଂ ସେ ଜଣେ ନାସ୍ତିକ ଥିଲେ। ତାଙ୍କ ପରମ୍ପରାର ପାଳନ କରି ଷ୍ଟାଲିନ ଓ ତାଙ୍କ ପରିବାର ମଧ୍ୟ ନାସ୍ତିକ ଥିବାର ଦାବି କରନ୍ତି। ମାତ୍ର ଏବେ ସନାତନ ଧର୍ମ ଉପରେ ଏହି ଧରଣର ଟିପ୍ପଣୀ କରିବା ନୂତନ ବିବାଦକୁ ଜନ୍ମ ଦେଇଛି। ବିଜେପି ଏହି ପ୍ରସଙ୍ଗରେ ଆକ୍ରମଣାତ୍ନକ ଆଭିମୁଖ୍ୟ ଆପଣେଇଛି। ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର କ୍ୟାବିନେଟ୍ ମନ୍ତ୍ରିମଣ୍ଡଳର ସଦସ୍ୟଙ୍କୁ ସନାତନ ଧର୍ମ ପ୍ରଦଙ୍ଗରେ ତାର୍କିକ ଜବାବ ଦେବାକୁ କହିଛନ୍ତି।

ଗୋଟିଏ ପଟେ ବିଜେପିର ଆକ୍ରମଣାତ୍ମକ ଆଭିମୁଖ୍ୟ ଏବଂ ଅନ୍ୟପଟେ ଉଦୟନିଧି ଓ ନେତାଙ୍କ ବିବାଦୀୟ ବୟାନରେ ଡିଏମକେର ମୁସ୍କିଲ ବଢି ଯାଇଛି। ସନାତନ ପ୍ରସଙ୍ଗକୁ ନେଇ ଏବେ ବିଜେପି ଇଣ୍ଡିଆକୁ ଘେରିବାର ସମ୍ଭାବନା ରହିଛି। ସମଗ୍ର ଦେଶରେ ପ୍ରାୟ ୧୦୦ କୋଟି ହିନ୍ଦୁଙ୍କ ଜନସଂଖ୍ୟାକୁ ଦୃଷ୍ଟିରେ ରଖି ନିର୍ବାଚନରେ ଧ୍ରୁବିକରଣ ଉଦ୍ୟମ ମଧ୍ୟ ହୋଇପାରେ। ଯଦି ଏମିତି ହୁଏ ତେବେ ବିଜେପିକୁ ଏହାର ଫାଇଦା ମିଳିପାରେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ